Latest Odisha News

BREAKING NEWS

ଅକ୍ଟୋବର ୧୫ ସୁଦ୍ଧା ପ୍ରସ୍ତୁତ ହେବ ରାଜଧାନୀର ଖଣ୍ଡଗିରି ବସ୍ ରହଣି ସ୍ଥଳ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଆସନ୍ତା ସପ୍ତାହକ ମଧ୍ୟରେ ଖଣ୍ଡଗିରି ବସ୍ ରହଣି ସ୍ଥଳ ତିଆରି କାମ ଶେଷ କରିବେ । ଆସନ୍ତା ଅକ୍ଟୋବର ୧୫ ତାରିଖ ସୁଦ୍ଧା ବିଡିଏ ଓଏସ୍‌ଆରଟିସିକୁ ଏହାକୁ ହସ୍ତାନ୍ତର କରିବ ।

ବରମୁଣ୍ଡାରେ ଏକ ଆନ୍ତଃରାଜ୍ୟବସ ଟର୍ମିନାଲ କାମ ଆରମ୍ଭ ହେବ । ସେଥି ପାଇଁ ଖଣ୍ଡଗିରିକୁ ସାମୟିକ ଭାବେ ବସ୍ ରହଣି ସ୍ଥଳ କରାଯାଇଛି । ଏହି ପ୍ରକଳ୍ପ ପାଇଁ ୧୭୯.୯୪ କୋଟି ଖର୍ଚ୍ଚ ହେବ ।

ସାମୟିକ ବାବେ ଖଣ୍ଡଗିରିରେ କରାଯାଇଥିବୂା ବସ୍ ଡିପୋ ଅଢେଇ ଏକର ଯାଗାରେ ହେବ । ଏଠାରେ ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମ କକ୍ଷ, ଗାଡି ଧୋଇବା ସ୍ଥାନ, ସିକ୍ୟୁରିଟି କକ୍ଷ ଓ ଅନ୍ୟାନ୍ୟ ସୁବିଧା ରହିବ । ଏତଦବ୍ୟତୀତ ପୁରା ସ୍ଥାନକୁ ଆଲୋକିତ କରାଯିବ ବୋଲି ବିଡିଏର ମୁଖ୍ୟ ଇଂଜିନିଅର ରାଜେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.