Latest Odisha News

BREAKING NEWS

୭ ଦିନିଆ ବନ୍ଦ ପାଇଁ ପ୍ରଶାସନକୁ ନାଗରିକ ଫୋରମର ଅନୁରୋଧ

ବାରିପଦା: ବାରିପଦାସ୍ଥିତ ନାଗରିକ ଫୋରମ୍ କୋଭିଡ ସଂକ୍ରମଣ ରୋକିବା ପାଇଁ ସହରରେ ସାତ ଦିନିଆ ସଟଡାଉନ କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିବା ସୂଚନା ମିଳିଛି।

ସୂଚନାନୁସାରେ, ଯୁବ ସଙ୍ଗଠନ, ବ୍ୟବସାୟ ସଂସ୍ଥା, ଟ୍ରେଡ ୟୁନିୟନ ଏବଂ ଆଡଭୋକେଟ ୟୁନିଅନ ପକ୍ଷରୁ ଶନିବାର ଦିନ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୩ ଯାଏଁ ସଟଡାଉନ କରିବାକୁ ଅନୁରୋଧ କରିଛନ୍ତି।

“ବାରିପଦାରେ କରୋନା ମାମଲା ବୃଦ୍ଧି ପାଉଛି। ବଢୁଥିବା କରୋନା ଚେନକୁ ଭାଙ୍ଗିବା ପାଇଁ ଅତି କମରେ ସାତ ଦିନିଆ ସଟଡାଉନ କରିବାକୁ ନିଷ୍ପତ୍ତି ନେଇଛୁ” ବୋଲି ବାରିପଦା ବ୍ୟବସାୟ ସଂଘର ସାଧାରଣ ସମ୍ପାଦକ ସରୋଜ କୁମାର ବୋଷ ଏକ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

ତେବେ ଅତ୍ୟାବଶ୍ୟକ ଦ୍ରବ୍ୟ ବିକ୍ରୟ କରୁଥିବା ଦୋକାନଗୁଡିକ ଏହି ସମୟ ମଧ୍ୟରେ ଖୋଲା ରହିବ ବୋଲି ସେ କହିଛନ୍ତି।

Comments are closed.