Latest Odisha News

BREAKING NEWS

ସୋସିଆଲ ମିଡିଆରେ ଭୁଲ୍‌ଭାଲ ଓଡିଆ ଲେଖି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସମାଲୋଚିତ

ଭୁବନେଶ୍ୱର: ସୋସିଆଲ ମିଡିଆରେ ବାରମ୍ବାର ଭୁଲ ଓଡିଆ ଲେଖି ସମାଲୋଚିତ ହୋଇଛି କେନ୍ଦ୍ର ସଂସ୍କୃତି ମନ୍ତଣାଳୟ । ଗତ ୨୮ ତାରିଖରେ ସହିଦ ଭଗତ ସିଂଙ୍କ ଜୟନ୍ତୀ ଅବସରରେ ସୋସିଆଲ ମିଡିଆ ଟ୍ୱିଟରରେ ମନ୍ତ୍ରଣାଳୟ ପକ୍ଷରୁ ଓଡିଆରେ ଅପଭ୍ରଂଶ କରି ଶହୀଦ ଭାଗବତ ସିଂ ବୋଲି ଲେଖା ଯାଇଛି । ଯାହାକୁ ଅନେକ ଟ୍ୱିଟର ବ୍ୟବହାରକାରୀ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି ।

ସେହିଭଳି ଦେଶର ବିଭିନ୍ନ ଐତିହ୍ୟ କୀର୍ତ୍ତିରାଜିର ଫଟୋ ସମ୍ବଳିତ ଟ୍ୱିଟର ପୋଷ୍ଟରେ ଭୁଲଭାଲ ଓଡିଆ ଲେଖା ଓ ବନାନକୁ ନେଇ ବ୍ୟାପକ ସମାଲୋଚନା ପରେ ମନ୍ତ୍ରଣାଳୟ ପକ୍ଷରୁ ସଂପୃକ୍ତ ପୋଷ୍ଟଟିକୁ ହଟାଇ ନିଆଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶର ବିଭିନ୍ନ ଆଞ୍ଚଳିକ ଭାଷାକୁ ପ୍ରେତ୍ସାହିତ କରିବା ପାଇଁ ସଂପୃକ୍ତ ଭାଷାରେ ସୋସିଆଲ ମିଡିଆରେ ପୋଷ୍ଟ କରାଯିବା ଆରମ୍ଭ ହୋଇଛି । ତେବେ ଓଡିଆ ଭଳି ଆଞ୍ଚଳିକ ଭାଷାରେ ଲିଖିତ ପୋଷ୍ଟଗୁଡିକରେ ଅନେକ ଭୁଲ ଭଟକା ରହୁଥିବାରୁ ଏହା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମଖିଆଲ ମନୋଭାବକୁ ଦର୍ଶାଉଛି ବୋଲି ଦେଶ ବିଦେଶରେ ରହୁଥିବା ଅନେକ ଓଡିଆ ପ୍ରେମୀ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.