Latest Odisha News

BREAKING NEWS

ଆଜି ହଥରସ ଯିବେ ରାହୁଲ, କହିଲେ କୌଣସି ଶକ୍ତି ଅଟକାଇ ପାରିବନି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହଥରସ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ରାଜନୀତି ଜୋରଦାର ହୋଇଛି । ଆକ୍ରମଣ ମୁଦ୍ରାରେ ଥିବା କଂଗ୍ରେସ ଟାର୍ଗେଟରେ ଯୋଗୀ ସରକାର । ପୂର୍ବରୁ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଯିବା ବେଳେ ପୋଲିସ ଗ୍ରେଟର ନୋଏଡାରେ ରାହୁଲ ଓ ପ୍ରିୟଙ୍କାଙ୍କୁ ଅଟକାଇଥିଲା । ଆଜି ପୁଣି ଥରେ ହଥରସ ଯିବେ ବୋଲି କହିଛନ୍ତି ରାହୁଲ ଗାନ୍ଧି ।

ରାହୁଲ କହିଛନ୍ତି, ସେ ହଥରସ ଯିବେ । ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବେ । ଏଥିପାଇଁ ତାଙ୍କୁ ଦୁନିଆର କୌଣସି ଶକ୍ତି ଅଟକାଇ ପାରିବ ନାହିଁ । ଟ୍ୱିଟ୍ କରି ରାହୁଲ କହିଛନ୍ତି, ପୀଡ଼ିତା ଓ ତାଙ୍କ ପରିବାର ପ୍ରତି ଉତ୍ତରପ୍ରଦେଶ ସରକାର ଓ ପୋଲିସର ବ୍ୟବହାର ତାଙ୍କୁ ବ୍ୟଥିତ କରୁଛି ।

କୁହାଯାଉଛି, ଆଜି ଅପରାହ୍ଣରେ ରାହୁଲ ହଥରସ ପାଇଁ ବାହାରିବେ । ତାଙ୍କ ସହ କଂଗ୍ରେସର ଏକ ପ୍ରତିନିଧ ଦଳ ବି ଗସ୍ତ କରିବ । ପୀଡ଼ିତାଙ୍କ ପରିବାରକୁ ଭେଟିବ କଂଗ୍ରେସ । ଦୁଇ ଦିନ ତଳେ ରାହୁଲ ହଥରସ ଯିବା ରାସ୍ତାରେ ପୋଲିସ ଅଟକାଇବା ବେଳେ ଧସ୍ତାଧସ୍ତିରେ ସେ ତଳେ ପଡ଼ିଯାଇଥିଲେ । ସେପଟେ ହଥରସରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.