Latest Odisha News

BREAKING NEWS

ବିିଜ୍ଞାନ ଖେଳ : ପେପର ଏରୋପ୍ଲେନ୍‌

ଆକାଶରେ କେମିତି ଉଡେ ଉଡାଜାହାଜ । ଏହା ଉପରେ ୪ ପ୍ରକାର ବଳ କାମ କରେ । ଏଥିରେ ଭର୍ତ୍ତି ହୋଇଥିବା ଇନ୍ଧନ ଜଳିଲେ ପଛ ପଟକୁ ଧୂଆଁ ବାହାରେ, ଫଳରେ ଉଡାଜାହାଜଟି ଆଗକୁ ଗତି କରେ । ଇଏ ହେଉଛି ଦୁଇ ପ୍ରକାର ବଳ । ତେବେ ଉଡାଜାହାଜ ଆକାଶରେ ଉଡି ରହେ କେମିତି, ମାଧ୍ୟାକର୍ଷଣ ବଳ ତାହାକୁ ଟାଣିଦିଏ ନାହିଁ କାହିଁକି । ଉଡାଜାହାଜ ଉପରେ ଆଉ ଦୁଇ ପ୍ରକାର ବଳ କାମ କରେ । ଅସଲରେ ଉଡାଜାହାଜକୁ ଏପରି ତିଆରି କରାଯାଇଛି ଯେ, ଏହା ଯେତେବେଳେ ପବନକୁ କାଟି ଆଗରୁ ଖୁବ ଜୋରରେ ଗତି କରେ ସେତେବେଳେ ଏହାର ଉପରେ ଥିବା ପବନର ଚାପ କମିଯାଏ ।

ଆଉ ଉଡାଜାହାଜର ତଳ ପଟେ ଥିବା ପବନର ଅଧିକ ଥାଏ । ପବନର ଚାପରେ ଫରକ ଯୋଗୁ ଉଡାଜାହାଜଟି ଉପରକୁ ଉଠିଥାଏ । ମାଧ୍ୟାକର୍ଷଣ ବଳ ଉଡାଜାହାଜକୁ ଟାଣୁଥାଏ ଆଉ ପବନର ଚାପ ତାହାକୁ ଉପରକୁ ଉଠାଉଥାଏ । ଫଳରେ ଉଡାଜାହାଜଟି ଆକାଶରେ ଭାସ ମାନ ଅବସ୍ଥାରେ ରହିପାରେ, ଏହାସହ ଆଗକୁ ଆଗକୁ ଗତି କରିପାରେ ।

ଏହାକୁ ବୁଝିବା ଲାଗି ଆମେ ତିଆରି କରିବା ଏକ ପେପର ଏରୋପ୍ଲେନ୍ । ଏଥିପାଇଁ ଦରକାର ଗୋଟିଏ ଆୟତାକାର କାଗଜ, କିଛି ପେପର କ୍ଲିପ୍ ଏବଂ ସେଲୋଟେପ୍ ।

-ଗୋଟିଏ ୪ ଇଞ୍ଚ କାଗଜ ନିଅ
-ଏହାକୁ ଲମ୍ବା ବାଗରେ ଅଧା ଭାଙ୍ଗି ଭଲ କରି ଦାଗ ଦିଅ
-କାଗଜକୁ ଖୋଲି ଦିଅ । କାଗଜର ଉପର ଦୁଇ କୋଣକୁ ମଝି ଗାର ଉପରେ ପକାଇ ଭାଙ୍ଗିଦିଅ
-ଉପର ଦୁଇ ଧାରକୁ ମଝି ଗାର ଉପରେ ପକାଇ ଭାଙ୍ଗି ଦିଅ
-ମଝି ଗାର ଉପରେ କାଗଜକୁ ପଛକୁ ଭାଙ୍ଗି ଦିଅ
-ଦୁଇ ଡେଣାକୁ ସମାନ କରି ଆଗକୁୁ ମୋଡି ଦିଅ


-ଡେଣା ଦୁଇଟି ଉପରେ ଛୋଟ ସେଲୋଟେପ୍ ଲଗାଇ ଦିଅ
-ଉଡାଜାହାଜର ତଳ ପଟେ ଗୋଟିଏ ବା ଦୁଇଟି ପେପର କ୍ଲିପ୍ ଲଗାଇ ଦିଅ

ଏବେ ପେପର ଏରୋପ୍ଲେନର ତଳ ପଟୁ ଧରି ମୁନିଆ ପଟକୁ ଆଗକୁ ରଖି ଜୋରରେ ଫିଙ୍ଗି ଦିଅ । ଦେଖ କେମିତି ତୁ୍‌ମ ପେପର ପ୍ଲେନ୍ ଉଡୁଛି ।

ଏହି ପେପର ଏରୋପ୍ଲେନ୍‌ର ତଳପଟକୁ କଇଁଚିରେ କାଟି ଡେଣାକୁ ତଳକୁ ବା ଉପରକୁ କରି ଉଡାଅ । ଦେଖ କିଭଳି ଏରୋପ୍ଲେନ୍ ଅଲଗା ବାଗରେ ଉଡୁଛି ।

Leave A Reply

Your email address will not be published.