ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଆଢ଼ୁଆଳରେ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି ଦୁଇ ଦେଶର ପ୍ରଧାନମନ୍ତ୍ରୀ । ବ୍ରିକ୍ସ ସମ୍ମିଳନୀର ଭର୍ଚୁଆଲ ମିଟରେ ଭାରତର ନରେନ୍ଦ୍ର ମୋଦି ଚୀନର ଜିନ ପିଙ୍ଗଙ୍କୁ ଭେଟିବେ । ବ୍ରିକ୍ସ ସମ୍ମିଳନୀର ଏଥର ବିଷୟ ରହିଛି ବ୍ରିକ୍ସ ପାର୍ଟିନରଶିପ ଫର ଗ୍ଲୋବାଲ ଷ୍ଟାବିଲିଟି, ଶେୟାରଡ ସିକ୍ୟୁରିଟି ଆଣ୍ଡ ଇନୋଭେଟିବି ଗ୍ରୋଥ । ଆସନ୍ତା ନଭେମ୍ବର ୧୭ରେ ରୁଷ ତରଫରୁ ବ୍ରିକ୍ସ ଦେଶର ସମ୍ମିଳନୀ ଆୟୋଜନ କରାଯାଉଛି। ଏଥିରେ ମୋଦି ଓ ଜିନପିଙ୍ଗ ମଧ୍ୟ ଯୋଗଦେବେ ।
ଏହି ବ୍ରିକ୍ସ ସମ୍ମିଳନୀ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବ । ସମ୍ମିଳନୀରେ ବ୍ରାଜିଲ, ରୁଷ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକା ଯୋଗଦେବେ । କରୋନା ମହାମାରୀ ମଧ୍ୟରେ ବି ରୁଷ ପକ୍ଷରୁ ବିଶ୍ୱସ୍ତରରେ ପ୍ରାୟ ୬୦ଟି ସମ୍ମିଳନୀ ଆୟୋଜନ କରାଗଲାଣି । ଏଥର ବ୍ରିକ୍ସ ସମ୍ମିଳନୀ ମଧ୍ୟ ଆୟୋଜନ ହେବ। ଅନ୍ୟପକ୍ଷରେ ମୋଦି ଓ ଜିନପିଙ୍ଗ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଥିଲେ ହେଁ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ କି ନାହିଁ, ସେକଥା ସ୍ପଷ୍ଟ ହୋଇନାହିଁ ।
Comments are closed.