Latest Odisha News

ଡାକ୍ତରଙ୍କ ପରାମର୍ଶ ନେଇ ଫାଭିପିରାଭିର ଟାବଲେଟ ଖାଇବାକୁ ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ କୋଭିଡ-୧୯ ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସଙ୍ଗରୋଧରେ ଥିବା ରୋଗୀମାନଙ୍କୁ ଫାଭିପିରାଭିର ଟାବଲେଟ ଖାଇବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସୋମବାର ମୁଖ୍ୟ ଶାସନ ସଚିନ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଉପରୋକ୍ତ ନିଷ୍ପତି ନିଆଯାଇଥିଲା । ରୋଗୀମାନେ ଟାବେଲଟ ଖାଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିବେ ।

ଏହା ଦ୍ୱାରା ଆଂଶିକ କରୋନା ଲକ୍ଷଣ ଥିବା ବ୍ୟକ୍ତି ଗୁରୁତର ହେବାରୁ ରକ୍ଷା ପାଇ ପାରିବ । ମନଇଚ୍ଛା ଔଷଧ ନ ଖାଇବାକୁ ମଧ୍ୟ ଏହି ଅବସରରେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ବୈଠକରେ ସୂଚନା ପ୍ରଯୁକ୍ତି ବିଦ୍ୟା ସଚିବ ମନୋଜ କୁମାର ମିଶ୍ର, ଡାକ୍ତର ସମ୍ପଦ ଦାସ, ଡାକ୍ତର ଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.