ହାଇଦ୍ରାବାଦ: ପୁଣି ସେଟ୍କୁ ଫେରିଲେ ଫିଲ୍ମ ‘ଆର୍ଆର୍ଆର୍’ର ସଦସ୍ୟ । ଆରମ୍ଭ ହେଲା ବାହୁବଳୀ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲୀଙ୍କ ବିଗ୍ ବଜେଟ୍ ଫିଲ୍ମ ‘ଆର୍ଆର୍ଆର୍’ର ସୁଟିଂ । କରୋନା ଭାଇରସ୍ ଏବଂ ଲକ୍ଡାଉନ୍ କାରଣରୁ ସୁଟିଂ ବନ୍ଦ ରହିଥିଲା। ଏବେ ପୁଣି ଥରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ଅକ୍ଟୋବର ୫ରୁ ହାଇଦ୍ରାବାଦରେ ଫିଲ୍ମର କଳାକାର ଓ କ୍ରୁ ମେମ୍ବର୍ସର ପ୍ରମୁଖ ସଦସ୍ୟଙ୍କ ସହିତ ପୁଣି ଥରେ ଫିଲ୍ମର କାମ ଆରମ୍ଭ ହୋଇଛି।
ଏନେଇ ନିଜେ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ରାଜାମୌଲି । ସେ କହିଛନ୍ତି, ଏହା ଆମ ପାଇଁ ବହୁତ ଲମ୍ବା ବ୍ରେକ୍ ଥିଲା ଏବଂ ଏହି ସମୟ ଫିଲ୍ମର ପ୍ରତିଟି ଦିଗକୁ ଆହୁରି ସୁନ୍ଦର କରିବାରେ ବେଶ୍ ସହାୟକ ହୋଇଛି। ପୂରା ଟିମ୍ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଓ ପୁଣି ଥରେ କାମ ଆରମ୍ଭ କରିବାକୁ ସମସ୍ତେ ଉତ୍ସାହିତ। ଏହି କଠିନ ସମୟରେ ଦର୍ଶକଙ୍କ ସମର୍ଥନ ଅବିଶ୍ଵସନୀୟ ରହିଛି ଏବଂ ପୂରା ଟିମ୍ ସେମାନଙ୍କର ଅପାର ସମର୍ଥନ ପାଇଁ କୃତଜ୍ଞ।
ଏସଏସ ରାଜାମୌଲୀଙ୍କ ଦ୍ଵାରା ନିର୍ଦ୍ଦେଶିତ ଆରଆରଆର ଫିଲ୍ମରେ ଜୁନିୟର ଏନଟିଆର, ରାମ ଚରଣ, ଅଜୟ ଦେବଗନ, ଆଲିଆ ଭଟ୍ଟ, ଅଲିଭିୟା ମରିସ ସହିତ ଅନେକ କଳାକାର ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହା ଏକ କାଳ୍ପନିକ କାହାଣୀ ଯାହା ଭାରତର ସ୍ଵାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁ ଓ କୋମାରାମ ଭୀମ ଉପରେ ପର୍ଯ୍ୟବେସିତ। ଏହି ଫିଲ୍ମ ଅନେକ ଭାରତୀୟ ଭାଷା ସହିତ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟଲମ ଓ କନ୍ନଡରେ ରିଲିଜ୍ ହେବ।
Comments are closed.