ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସରେ ଆର୍ଜେଟିଂନାର ନାଦିଆ ପୋଦୋରୋସ୍କା ସେମିଫାଇନାଲରେ ପହଂଚି ଇତିହାସ ରଚିଛନ୍ତି । ସେ ପ୍ରଥମେ କ୍ୱାଲିଫାୟର ଖେଳାଳି ଭାବେ ସେମିରେ ପ୍ରବେଶ କରିବା ଗୌରବ ଅର୍ଜନ କରିଛନ୍ତି । ନାଦିଆ ୟୁକ୍ରେନର ଏଲିନାଙ୍କୁ ୬-୨, ୬-୪ ସେଟରେ ପରାସ୍ତ କରିଥିଲେ ।
ମ୍ୟାଚ ପରେ ସେ କହିଥିଲେ ଏହା ନିଶ୍ଚିତ ଭାବେ ମୋ ପାଇଁ ଏକ ଅଭୁଲା କ୍ଷଣ । ସେମିରେ ଭଲ ପ୍ରଦର୍ଶନ କରି ଟାଇଟଲ ଆଶା ଉଜ୍ଜୀବୀତ କରିବି ବୋଲି ସେ କହିଛନ୍ତି । ପୂର୍ବରୁ ଆମେରିକାର ଡେନିୟଲି କୋଲିନ୍ସ ଟ୍ୟୁନିଶିଆର ଓନ୍ସ ଜାଭେରଙ୍କୁ ୬-୪, ୪-୬ ଓ ୬-୪ ସେଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଫ୍ରେଂଚ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତ ।
Comments are closed.