ଭୁବନେଶ୍ୱର: ଓଡ଼ିଆ ଜାତିର ଯୁଗପୁରୁଷ ଭାବେ ପରିଚିତ ଉତ୍କଳମଣି ଗୋପବନ୍ଧୁ ଦାସ ।
୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ।
ଏକାଧାରରେ ସେ ଥିଲେ ଜଣେ ସମାଜସେବୀ, ଦେଶପ୍ରେମୀ, ରାଷ୍ଟ୍ରନୀତିଜ୍ଞ, ସଂସ୍କାରକ, ସାମ୍ବାଦିକ, ସୁଲେଖକ, କବି, ଶିକ୍ଷାବିତ୍ ଏବଂ ଆଇନଜ୍ଞ ।
ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ଶେଷ କରି ସେ ରୂପଦେଈପୁର ମିଡ଼ିଲ୍ ଭର୍ଣ୍ଣାକୁଲାର ସ୍କୁଲରେ ଅଧ୍ୟୟନ କଲେ। ପରେ୧୮୯୨ରେ ସେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ପିଲାବେଳୁ ତାଙ୍କର ସାହିତ୍ୟ ପ୍ରତି ରୁଚି ରହିଥିଲା ।
୧୯୦୩ରେ ମଧୁବାବୁଙ୍କ ଆହ୍ୱାନ କ୍ରମେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସେ ଯୋଗ ଦେଇଥିଲେ । କଲିକତାରେ ଏମ.ଏ. ଓ ଆଇନରେ ଯୋଗ୍ୟତା ହାସଲ କରିବା ପରେ ବି ତାଙ୍କର ଚାକିରି କରିବାକୁ ମନ ବଳିନଥିଲା।
ଶିକ୍ଷାରେ ସଂସ୍କାର ଆଣିବା ପାଇଁ ସେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କଲେ । ନୀଳକଣ୍ଠ, ହରିହର, ଗୋଦାବରୀଶ ଓ କୃପାସିନ୍ଧୁଙ୍କ ଭଳି ଯୋଗଜନ୍ମା ମନୀଷିମାନେ ଆସି ତାଙ୍କ ସହ ଯୋଗଦେଲେ । ୧୯୧୫ରେ ସେ ‘ସତ୍ୟବାଦୀ’ ପତ୍ରିକା ପ୍ରକାଶ କରିଥିଲେ ।
ଅବକାଶ ଚିନ୍ତା, ଧର୍ମପଦ, କାରାକବିତା ଓ ବନ୍ଦୀର ଆତ୍ମକଥା, ଆଦି ଗୋପବନ୍ଧୁ ଦାସଙ୍କର ପ୍ରସିଦ୍ଧ କାବ୍ୟକୃତି।
‘ସମାଜ’ ଖବରକାଗଜ ଥିଲା ଓଡ଼ିଶାବାସୀଙ୍କ ପାଇଁ ତାଙ୍କର ବଡ଼ ଉପହାର । ‘ବନ୍ଦୀର ଆତ୍ମକଥା’ ଭଳି ଅନେକ ଉଚ୍ଚକୋଟୀର କବିତା ପୁସ୍ତକ ରଚନା କରି ସେ ସାହିତ୍ୟ ମହଲରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ବାଛିନେଇଥିଲେ । ୧୯୨୮ ମସିହା ଜୁନ୍ ୧୭ରେ ତାଙ୍କର ଦେହାନ୍ତ ହୋଇଥିଲା ।
Comments are closed.