ପୁରୀ: ଦୁର୍ଗାପୂଜା ଅବସରରେ ମାଆଙ୍କ ପ୍ରତି ସମସ୍ତଙ୍କ ଭକ୍ତି ଭାବ ରହିଥାଏ । ହର୍ଷ ଉଲ୍ଲାସରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତିି । ତେବେ ଆସନ୍ତୁ ଜାଣିବା କେଉଁ ଦିନ ମାଆଙ୍କୁ କେଉଁ ଭୋଗ କଲେ ସବୁ ଦୁଃଖ ଦୂର ହୋଇଥାଏ ।
ପ୍ରଥମ ଦିନ : ନବରାତ୍ରୀର ପ୍ରଥମ ଦିନ ମାଆ ଶୈଳପୁତ୍ରୀଙ୍କୁ ସମର୍ପିତ ହୋଇଥାଏ । ଏହି ଦିନ ଗୁଆ ଘିଅ ବା ଭଲ ଘିଅ ଭୋଗ ଲଗାଇଲେ ଭକ୍ତ ନୀରୋଗ ରହିଥାଏ ।
ଦ୍ୱିତୀୟ ଦିନ: ଦ୍ୱିତୀୟ ଦିନ ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଇଥାଏ । ଦୀର୍ଘାୟୁ ପାଇଁ ମାଆଙ୍କୁ ଚିନି,ଧଳା ରଙ୍ଗର ମିଠାଇ ଓ ମିଶ୍ରି ଭୋଗ କରାଯାଇଥାଏ ।
ତୃତୀୟ ଦିନ: ଦୁଃଖ କଷ୍ଟରୁ ମୁକ୍ତି ପାଇବା ପାଇଁ ମାଆ ଚନ୍ଦ୍ରଘଂଟାଙ୍କୁ ଦୁଗ୍ଧ, ଖୁଆ ଏବଂ ଏଥିରୁ ପ୍ରସ୍ତୁତ ମିଠାଇ ଭୋଗ କରାଯାଇଥାଏ ।
ଚତୁର୍ଥ ଦିନ: ମାଆ କୁଷ୍ମାଣ୍ଡାଙ୍କୁ ମାଲପୁଆ ସବୁଠାରୁ ବେଶୀ ପ୍ରିୟ । ଏହା ଭୋଗ କଲେ ମାଆ ସନ୍ତୁଷ୍ଟ ହୁଅନ୍ତି । ଏହା ଦ୍ୱାରା ନିର୍ଣ୍ଣୟ ନେବାର କ୍ଷମତା ଓ ମାନସିକ ଶକ୍ତି ବୃଦ୍ଧି ହୋଇଥାଏ ।
ପଂଚମ ଦିନ: ନବରାତ୍ରୀର ପଂଚମ ଦିନ ସ୍କନ୍ଦମାତାଙ୍କୁ କଦଳୀ ଭୋଗ କରାଯାଇଥାଏ । ଶାରୀରିକ କ୍ଲେଶରୁ ମୁକ୍ତି ମିଳିଥାଏ ।
ଷଷ୍ଠ ଦିନ: ଷଷ୍ଠ ଦିନ ମାଆ କାତ୍ୟାୟନିଙ୍କୁ ପୂଜା କରାଯାଇଥାଏ । ମାଆଙ୍କୁ ପ୍ରସନ୍ନ କରିବା ପାଇଁ ମହୁ ଓ ମିଠା ପାନର ଭୋଗ ଲଗା ଯାଇଥାଏ ।
୭ମ ଦିନ: ମାଆ କାଳରାତ୍ରୀଙ୍କୁ ୭ମ ଦିନ ପୂଜା କରାଯାଇଥାଏ । ନକାରାତ୍ମକ ଶକ୍ତିଠାରୁ ବଂଚିବା ପାଇଁ ମାଆଙ୍କ ନିକଟରେ ଗୁଡ ଭୋଗ କରାଯାଇଥାଏ ।
୮ମ ଦିନ: ୮ମ ଦିନ ଦେବୀ ମହାଗୌରୀଙ୍କ ପୂଜାର୍ଚ୍ଚାନା କରାଯାଇଥାଏ । ମାଆଙ୍କୁ ପ୍ରସନ୍ନ କରିବା ପାଇଁ ନଡିଆ ଭୋଗ କରାଯାଇଥାଏ । ଏହା ଦ୍ୱାରା ଭକ୍ତଙ୍କୁ ସନ୍ତାନ ସୁଖ ପ୍ରାପ୍ତ୍ି ହୋଇଥାଏ ।
୯ମ ଦିନ: ନବରାତ୍ରୀର ଶେଷ ଦିନ ସମସ୍ତ ସୁଖ, ସମୃଦ୍ଧି ଓ ସିଦ୍ଧି ପାଇଁ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଇଥାଏ । ଅଘଟଣରୁ ବଂଚିବା ପାଇଁ ଓ ମାଆଙ୍କୁ ଖୁସି କରିବା ପାଇଁ ଡାଳିମ୍ବ ଭୋଗ କରାଯାଇଥାଏ ।
Comments are closed.