ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଚିଠି ମାଧ୍ୟମରେ ସେ ବିଜେଡି ବିଧାୟକ, ନେତା, ମନ୍ତ୍ରୀ ଓ ରାଜ୍ୟ କାର୍ଯ୍ୟାଳୟରେ ନିୟମ ଉଲ୍ଲଙ୍ଘନର ସମସ୍ତ ଫଟୋ ଓ ଭିଡିଓଗୁଡିକୁ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି ।
ଚିଠିରେ ପ୍ରଶାସନର କୋଭିଡ ନିୟମ ଉଲ୍ଲଙ୍ଘନ ଘଟଣାର ପାତରଅନ୍ତର ନେଇ ଅଭିଯୋଗ କରିଛନ୍ତି ଅପରାଜିତା । ଏ ସବୁ ଉପରେ ୧୫ ଦିନ ଭିତରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉତର ଦେବାକୁ ସେ ଦାବି କରିଛନ୍ତି ।
Comments are closed.