Latest Odisha News

ବିିଜ୍ଞାନ ଖେଳ : କେମିତି କାଗଜରେ ପ୍ରସ୍ତୁତ କରିବେ ଫାଇଟର ପ୍ଲେନ

ଏୟାର ସୋ ରେ ସମୟରେ ଦେଖିଥିବ କିରି ବିଭିନ୍ନ ପ୍ରକାର ଏରୋଲନ୍ ସେମାନଙ୍କ କଳା କୌଶଳ ଦେଖାନ୍ତି । ସେମାନଙ୍କ ଆକାର ପ୍ରକାର ଭିନ୍ନ ଭିନ୍ନ । କାହାକ ଡେଣା ଚଉଡା ତ ପୁଣି କାହାର ମୁହଁ ଗୋଜିଆ । କିଏ ଦ୍ରୁତ ଗତିର ଉଡୁଥାଏ ତ କିଏ ପୁଣି ଆକାଶରେ ମାଙ୍କଡ ଚିତ ମାରୁଥାଏ । ଏମିତି କଳା କୌଶଳ ଦେଖାଇବା ଲାଗି ଏରୋଲନ୍ ଗଠନ ଏବଂ ଏହାର ଡେଣା ସାହାଯ୍ୟ କରେ ।

ଆମେ ସେମିତି ଏକ ରକେଟ ତିଆରି କରିବା ଯାହାର ଡେଣା କୁ ବିଭିନ୍ନ ପ୍ରକାର ଭାଙ୍ଗିଲେ ଏହା ଭିନ୍ନ ଭିନ୍ନ ପ୍ରକାର ଉଡିବ । ଏଥିରୁ ବୁଝିହେବ ଏରୋଲନ୍ କେମିତି ଆକାଶରେ ଚକ୍କର କାଟି ଉଡେ ।

ଏଥିପାଇଁ ଦରକାର ଗୋଟିଏ ଆୟତାକାର କାଗଜ
-ଆୟତାକାର କାଗଜକୁ ଲମ୍ବା ବାଗରେ ଅଧା କରି ଭାଙ୍ଗି ଦାଗ ଦିଅ
-କାଗଜକୁ ଖୋଲି ଏହାର ଦୁଇ ଉପର କୋଣକୁ ମଝି ଗାର ଉପରେ ଭାଙ୍ଗ
-କାଗଜର ମୁନିଆଟକୁ ତୁମ ଆଡକୁ ଭାଙ୍ଗ । ମଝିଗାର ଉରେ ପକାଅ, ଯେମିତି ତଳ ଧାରଠାରୁ ୪ ସେମି ଉପରକୁ ରହିବ
-ଉପର ଦୁଇ କୋଣକୁ ମଝି ଗାର ଉପରେ ପକାଇ ଭାଙ୍ଗ
-ତଳେ ଥିବା ମୁନିଆ କାଗଜକୁ ଉପରକୁ ଭାଙ୍ଗି ଦୁଇ ପରସ୍ତ କାଗଜକୁ ଲକ୍‌୍ କରିଦିଅ
-ଏବେ ପୁରା କାଗଜକୁ ଦୁଇ ଭାଙ୍ଗ କରିଦିଅ ।


-ଦୁଇ ଡେଣାକୁ ତଳକୁ ଭାଙ୍ଗି ଦିଅ
-ତଳ ଡେଣାକୁ କଇଁଚି ସାହାଯ୍ୟରେ ଟିକିଏ ଟିକିଏ କାଟିଦିଅ
-ଏରୋଲନ୍ ଉରେ ଟିକିଏ ସେଲୋଟେପ୍ ଲଗାଇ ଦୁଇ ଡେଣାକୁ ଯୋଡି ଦିଅ

ଏବେ ହୋଇଗଲା ଫାଇଟର ପ୍ଲେନ୍ । ଏହାର ଡେଣାକୁ ଉପରକୁ ବା ତଳକୁ କରି ଉଡାଅ । ଦେକ କେମିତି ଭିନ୍ନ ଭିନ୍ନ ପ୍ରକାର ଏହାର ଉଡୁଛି ।

Comments are closed.