Latest Odisha News

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଲା ବାଙ୍ଗାଲୋର

ସାରଜା: ସାରଜା କ୍ରିକେଟ ଷ୍ଟାଡିୟମରେ ଆଇପିଏଲର ହାଇ ଭୋଲଟେଜ ମୁକାବିଲା କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ଏଥିରେ ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଆଜିର ମ୍ୟାଚ ପାଇଁ କୋଲକାତା ଦଳ ସୁନୀଲ ନାରିନଙ୍କ ସ୍ଥାନରେ ଟମ ବାଣ୍ଟନଙ୍କୁ ଖେଳାଉଛି । ବାଣ୍ଟନ ପ୍ରଥମ ଥର ପାଇଁ କେକେଆର କ୍ୟାପ ପିନ୍ଧିଛନ୍ତି ।

ଚଳିତ ଆଇପିଏଲରେ ଏହି ଦୁଇ ଦଳ ୬ଟି ଲେଖାଏଁ ମ୍ୟାଚ ଖେଳିଥିବାବେଳେ ଉଭୟ ୪ଟି ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି ଓ ୨ଟି ଲେଖାଏଁ ମ୍ୟାଚରେ ପରାଜୟ ବରଣ କରିଛନ୍ତି । ଫଳରେ ଉଭୟ ଦଳର ୮ ପଏଣ୍ଟ ଲେଖାଏଁ ପାଇଛନ୍ତି । କିନ୍ତୁ ନେଟ ରନରେଟ୍ ଭିତ୍ତିରେ କୋଲକାତା ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ଥିବାବେଳେ ବାଙ୍ଗାଲୋର ୪ର୍ଥ ସ୍ଥାନରେ ରହିଛି ।

Comments are closed.