Latest Odisha News

BREAKING NEWS

ସେଲଟର୍ ହୋମ ଯୌନ ଶୋଷଣ ମାମଲାରେ ଏନଏଚଆରସି ହସ୍ତକ୍ଷେପ କରିବ

ଭୁବନେଶ୍ୱର: ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଏକ ସେଲଟର୍ ହୋମରେ ଥିବା ନାବାଳକ/ନାବାଳିକା ଅନ୍ତେବାସିନୀଙ୍କ ଉପରେ ହୋଇଥିବା ଯୌନ ଶୋଷଣ ଅଭିଯୋଗକୁ ଭିତ୍ତି କରି ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ ନାମକ ଏନଜିଓ ସଂସ୍ଥାର ଏମଡ଼ି ଫୟାଜ୍ ଅହମ୍ମଦଙ୍କୁ ପୋଲିିସ ଗିରଫ କରିଥିଲେ । ଗିରଫ ହେବା ପରେ ଫୟାଜ୍ ଅହମ୍ମଦଙ୍କୁ ୨ଦିନିଆ ରିମାଣ୍ଡରେ ନେଇ ପୋଲିସ ପଚରାଉଚରା କରୁଛନ୍ତି । ତେବେ ଏହି ପ୍ରସଙ୍ଗକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ରେ ଏକ ପିଟିସନ ଦାୟର କରାଯାଇ ଏନଏଚଆରସିକୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଛି ।

ରେହମାନଙ୍କ ନାମରେ ମଧ୍ୟ ଜୋର ଜବରଦସ୍ତ ଭାବେ ଧର୍ମାନ୍ତରୀକରଣ କରୁଥିବାର ଅଭିଯୋଗ ରହିଛି ।

ଏହି ଘଟଣାକୁ କେନ୍ଦ୍ରକରି ଗଣମାଧ୍ୟମର ରିପୋର୍ଟକୁ ଭିତ୍ତି କରି ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଏକ ଯାଚିକା ଦାଏର କରି ଯେପରି ଭବିଷ୍ୟତରେ ଏହିପରି ଘଟଣାର ପୁନରାବୃତ୍ତି ନ ହେବ ରାଜ୍ୟ ସରକାରଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

ଏହି ପିଟିସନ ଦାଏର କରିଥିବା ଆଇନଜୀବୀ ରାଜ୍ୟ ସରକାର ଏହି ଘଟଣାରେ ପୀଡ଼ିତ ମାନଙ୍କୁ ରାଜ୍ୟ ସରକାର ଯେପରି କ୍ଷତିପୂରଣ ଅର୍ଥ ରାଶି ଯୋଗାଇ ଦିଅନ୍ତି ସେଥିଲାଗି କମିଶନଙ୍କୁ ଅନୁରୋଧ କରିଛନ୍ତି ।

ଇତିମଧ୍ୟରେ ବୁଧବାର ଦିନ ୨ୟ ଦିନ ଲାଗି ଢେଙ୍କାନାଳ ସଦର ପୋଲିସ ଏକ ଅଜଣା ସ୍ଥାନରେ ଅଭିଯୁକ୍ତଙ୍କୁ ଜେରା କରିବା ଜାରି ରଖିଛନ୍ତି ।

ସୂତ୍ରରୁ ଜଣାପଡ଼ିଛି, ପୋଲିସ ଜାଣିବାକୁ ଚାହୁଛି, କେଉଁପରି ସ୍ଥାନରେ ଏହି ନାବାଳକ ଓ ନାବାଳିକାଙ୍କୁ ରଖାଯାଇଥିଲା, କେଉଁ କାରଣରୁ ବିଦେଶୀ ଏଠାକୁ ଆସୁଥିଲେ, ଧର୍ମାନ୍ତରୀକରଣ ତଥା କେଉଁ କାରଣ ଲାଗି ନାବାଳିକାଙ୍କୁ ଅନ୍ୟ ରାଜ୍ୟକୁ ପଠାଇ ଦିଆଯାଇଛି ସେ ସମ୍ପର୍କରେ ପୋଲିସ ପଚରାଉଚରା କରିବା ସହିତ ତନାଘନା ଉଦ୍ୟମ ଜାରି ରଖିଛି ।

ଢେଙ୍କାନାଳ ଏସପି ସନ୍ତୋଷ କୁମାର ନାୟକଙ୍କ ସୂଚନା ଅନୁଯାୟୀ, ୧୧ ଜଣ ନିଖୋଜ ରହିଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଲାଗି ପୋଲିସ ପକ୍ଷରୁ ୩ଟି ସ୍ୱତନ୍ତ୍ର ଦଳ ପଡ଼ୋଶୀ ରାଜ୍ୟକୁ ଯାଇଛନ୍ତି ।

Leave A Reply

Your email address will not be published.