Latest Odisha News

BREAKING NEWS

ରାଉରକେଲା ଏନଆଇଟିରେ ଭୟାବହ ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି (ଏନଆଇଟି)ରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ କିଛି ଛାତ୍ର ଓ୍ୱାର୍କ୍ସ ଓ ପର୍ଚେଜ୍ ବିଭାଗ ବିଲଡିଂରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ପରବର୍ତ୍ତୀ ସମୟରେ ଏନେଇ ସଙ୍ଗେସଙ୍ଗେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ।

ଅଗ୍ନିକାଣ୍ଡ ସମ୍ପର୍କରେ ଜାଣି କର୍ତ୍ତୃପକ୍ଷ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ ଏବଂ ଘଟଣାସ୍ଥଳରେ ୨ଟି ଫାୟାର ବ୍ରିଗେଡ୍ ଦଳ ପହଞ୍ଚି ପାଖାପାଖି ୧ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଏଥିସହିତ ସର୍ଟସର୍କିଟରୁ ନିଆଁ ଲାଗିଥିବା ନେଇ ଅଗ୍ନିଶମ କର୍ମଚାରୀ ମାନେ ଅନୁମାନ କରିଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ଏହି ଘଟଣାରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ, ଆସବାବପତ୍ର, କମ୍ପୁଟର ଏବଂ ଅନେକ ଇଲେକ୍ଟ୍ରୋନିକ୍ ସାମଗ୍ରୀ ସହିତ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ।

ଆହୁରି ମଧ୍ୟ ଅଗ୍ନିକାଣ୍ଡ କାରଣ ସମ୍ପର୍କରେ ସତ୍ୟତା ଜାଣିବା ପାଇଁ ନିର୍ଦ୍ଦେଶକ ଅନିମେଶ ବିଶ୍ୱାସ ଘଟଣାର ତଦନ୍ତ ପାଇଁ ଏକ ୭ଜଣିଆ କମିଟି ଗଠନ କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.