Latest Odisha News

BREAKING NEWS

ଶ୍ରୀକ୍ଷେତ୍ରରେ ଶ୍ରୀସେତୁ ପାଇଁ ଜନଶୁଣାଣି

ପୁରୀ: ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ସହର କରିବାକୁ ପ୍ରୟାସ । ଖୁବ୍‌ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ୍ ବ୍ରିଜ ବା ଶ୍ରୀସେତୁ । ଏଥିପାଇଁ ଆଜି ପ୍ରକଳ୍ପ ପ୍ରଭାବିତ ୪ଟି ମୌଜାର ଜନଶୁଣାଣି ଆରମ୍ଭ ହୋଇଛି । ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱର ସାହି ଓ ଦାଣ୍ଡିମାଳ ସାହିର ଲୋକେ ଜନଶୁଣାଣିରେ ଉପସ୍ଥିତ ରହି ଜମି ଅଧିଗ୍ରହଣ ଉପରେ ନିଜ ନିଜ ମତ ରଖିବେ ।

ରାଜ୍ୟର ଏହି ପ୍ରଥମ ଶ୍ରୀସେତୁ ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ବାଇପାସ୍‌ଠାରୁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ହେବାକୁ ଥିବା ପିଲିଗ୍ରାମ ସେଂଟରକୁ ସଂଯୋଗ କରିବ । ଏଥିପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ ହେବ । ରାସ୍ତା ଓ ବ୍ରିଜର ଲମ୍ବ ପ୍ରାୟ ୨.୩ କିମି ହେବ । ଏଥିପାଇଁ ପୁରୀର ୪ଟି ମୌଜାର ବେସରକାରୀ ଓ ସରକାରୀ ଜମି ମିଶି ୩୭ ଏକର ୯୮୪ ଡେସିମିଲ ଅଧିଗ୍ରହଣ କରାଯିବ । ଇତିମଧ୍ୟରେ ପୂର୍ବରୁ ରାଜ୍ୟ ସରକାର କିଛି ବେସରକାରୀ ଜମି ଅଧିଗ୍ରହଣ କରିସାରିଥିବା ଜଣାପଡିଛି ।

Leave A Reply

Your email address will not be published.