Latest Odisha News

BREAKING NEWS

ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏହି ଅଭିନେତା, ସାହାଯ୍ୟର ହାତ ବଢ଼ାଇଲେ ପୂଜା ଭଟ୍ଟ

ବାଙ୍ଗାଲୋର: ବଲିଉଡ ଅଭିନେତା ଫରାଜ ଖାନ, ରାନୀ ମୁଖାର୍ଜୀଙ୍କ ମେହେନ୍ଦୀ ସହ-ତାରକା ତଥା ବରିଷ୍ଠ ଅଭିନେତା ୟୁସୁଫ ଖାନଙ୍କ ପୁଅ ବର୍ତ୍ତମାନ ବାଙ୍ଗାଲୋର ଡାକ୍ତରଖାନାରେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି।

ଫରାଜଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏକାଧିକ ରିପୋର୍ଟରେ ଦର୍ଶାଯାଇଛି ଯେ ଫରାଜ ମସ୍ତିଷ୍କ ସଂକ୍ରମଣ ଏବଂ ନିମୋନିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି ।

ଫରାଜଙ୍କ ଏହି ଦୁର୍ଦିନରେ ହାତ ବଢ଼ାଇଛନ୍ତି ପୂଜା ଭଟ୍ଟ । ଅଭିନେତ୍ରୀ-ଚଳଚ୍ଚିତ୍ର ନିର୍ମାତା ପୂଜା ଭଟ୍ଟ ଟ୍ୱିଟରରେ ତାଙ୍କ ଅନୁଗାମୀମାନଙ୍କୁ ଫରାଜଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।

ସେ ନିଜ ଟ୍ୱିଟରେ ଲେଖିଛନ୍ତି:

ଫରାଜଙ୍କ ଅବସ୍ଥା ବିଷୟରେ ସବିଶେଷ ତଥ୍ୟ ତାଙ୍କ ପରିବାର ସଦସ୍ୟ ଫରହାଦ୍ ଆବୁଶର୍ ଏବଂ ଅହମ୍ମଦ ଶାମୁନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପାଣ୍ଠି ସଂଗ୍ରହରେ ସେୟାର କରିଛନ୍ତି ।

ଫାରାଜ ପ୍ରାୟ ଏକ ବର୍ଷ ଧରି କାଶ ଏବଂ ଛାତି ସଂକ୍ରମଣରେ ପୀଡିତ ଥିଲେ। ସମ୍ପ୍ରତି କାଶ ଆହୁରି ବଢିଯାଇଥିଲା ।

ତେଣୁ ମହାମାରୀ ଯୋଗୁ ସେ ଏକ ଭିଡିଓ କଲ ମାଧ୍ୟମରେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ନିଷ୍ପତ୍ତି ନେଇଥିଲେ।

୮ ଅକ୍ଟୋବର ୨୦୨୦ ରେ ଡାକ୍ତର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । ସେ ବର୍ତ୍ତମାନ ସେଠାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

୨୫ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ ହେବାକୁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୨.୯୪ ଲକ୍ଷ ଟଙ୍କା ଜମା ହୋଇଛି ।

Leave A Reply

Your email address will not be published.