Latest Odisha News

BREAKING NEWS

ସେନା ପାଇଁ ସର୍ବଦା ଡିଆରଡିଓ ପ୍ରସ୍ତୁତ

ନୂଆଦିଲ୍ଲୀ:ଡିଆରଡିଓ ଭାରତରେ ସମସ୍ତ ପ୍ରକାର କ୍ଷେପଣାସ୍ତ୍ର ପ୍ରସ୍ତୁତ କରିପାରିବ ବୋଲି ଏହାର ମୁଖ୍ୟ ଜି.ସତୀଶ ରେଡ୍ଡୀ ଦୃଢ଼ତା ସହକାରେ କହିଛନ୍ତି। ଭାରତୀୟ ସେନାର ସମସ୍ତ ଆବଶ୍ୟକତା ପୂରଣ କରିବା ନେଇ ଆମେ ସକ୍ଷମ ବୋଲି ସେ କହିଛନ୍ତି । ୪୦ ଦିନ ମଧ୍ୟରେ ୧୦ ଭିନ୍ନ ଭିନ୍ନ ଧରଣର ମିସାଇଲର ସଫଳ ପରୀକ୍ଷା କରାଯାଇ ପାରିଛି ।

ଏଥିରେ ଶୌର୍ଯ୍ୟ ହାଇପରସୋନିକ କ୍ଷେପଣାସ୍ତ୍ର, ବ୍ରହ୍ମୋସ, ଆଣବିକ କ୍ଷେପଣାସ୍ତ୍ର ପୃଥ୍ୱୀ, ଆଂଟି ରେଡିଏଶନ କ୍ଷେପଣାସ୍ତ୍ର ରୁଦ୍ରମ-୧, ଟୋରପେଡୋ ୱିପନ ସିଷ୍ଟମ ରହିଛି । ନର୍ଭୟ ସବ ସୋନିକ କ୍ରୁଏଜ ଓ ରୁଦ୍ରମର ସଫଳ ଟେଷ୍ଟିଂ ଆମକୁ ଉତ୍ସାହିତ କରିଛି ବୋଲି ରେଡ୍ଡୀ କହିଛନ୍ତି ।

Leave A Reply

Your email address will not be published.