Latest Odisha News

BREAKING NEWS

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ, ସରକାରୀ ଚାକିରୀରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ

ଚଣ୍ଡୀଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବୁଧବାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଏହି ପଦକ୍ଷେପ ଅନୁସାରେ ସରକାରୀ ଚାକିରୀରେ ଏଣିକି ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ପଞ୍ଜାବର କଂଗ୍ରେସ ସରକାର ସିଭିଲ ସର୍ଭିସେସ ନିୟମ ୨୦୨୦କୁ ଅନୁମୋନ କରିଛି । ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ ଜଣାଯାଇଛି ।

ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ସମ୍ପର୍କରେ ନିଜେ ସୋସିଆଲ ସାଇଟରେ ଟୁଇଟ କରି ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ରୋଜଗାର ଯୋଜନାକୁ ମଧ୍ୟ ମଂଜୁରୀ ପ୍ରଦାନ କରିଛନ୍ତି । ପଞ୍ଜାବ ମହିଳାଙ୍କ ଲାଗି ଆଜିର ଦିନ ଐତିହାସିକ ହୋଇ ରହିବ ବୋଲି ଅମିରିନ୍ଦର ସିଂ କହିଛନ୍ତି ।

Leave A Reply

Your email address will not be published.