Latest Odisha News

BREAKING NEWS

ଯୁଦ୍ଧର ବାତାବରଣ ସୃଷ୍ଟି କରୁଛି ଚୀନ, ସେନାକୁ ପ୍ରସ୍ତୁତ ରହିବା ପାଇଁ କହିଲେ ଜିନିପିଙ୍ଗ

ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନିପିଙ୍ଗଙ୍କ ପାଗଳାମୀ ଯୋଗୁ ଯୁଦ୍ଧର ବାତାବରଣ ସୃଷ୍ଟି ହେବାରେ ଲାଗିଛି । ବୁଧବାର ସେ ତାଙ୍କ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି ।  ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚୀନର ରାଷ୍ଟ୍ରପତି  ପିପୁଲ୍ସ ଲିବରେସନ ଆର୍ମିକୁ ନିର୍ଦ୍ଦେଶ ଦେଇଛନ୍ତି ।  ସିଏନଏନ କହିଛି ଯେ ଜିନପିଙ୍ଗ୍ ଗୁଆଡୋଙ୍ଗ୍ ରାଜ୍ୟରେ ଥିବା ଏକ ସାମରିକ ଘାଟିକୁ ଯାଇ  ନିଜର ସମସ୍ତ ବୁଦ୍ଧି ଓ ବଳକୁ ଲଗାଇ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେ କହିଛନ୍ତି ।

ଲଦାଖରେ ଗତ ୬ ମାସ ହେଲା ଚୀନ ଓ ଭାରତୀୟ ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଉତ୍ତେଜନା ହ୍ରାସ ପାଇଁ ଉଭୟ ପକ୍ଷ ମଧ୍ୟରେ ଗତ କିଛି ମାସ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ତାହାର କୌଣସି ସମାଧାନ ମିଳିପାରୁନାହିଁ । ଶେଷଥର ପାଇଁ ଗତ ମଙ୍ଗଳବାରଦିନ ଅନୁଷ୍ଠିତ ଆଲୋଚନା ୧୧ ଘଣ୍ଟା ଧରି ଚାଲିଥିଲେ ମଧ୍ୟ ଏଥିରୁ ସମସ୍ୟାର ସମାଧାନର ପନ୍ଥା ମିଳିପାରିନାହିଁ । ଏପରିକି ଚୀନ ଏହି ଉତ୍ତେଜନା ପାଇଁ ଭାରତକୁ ଦାୟୀ କରୁଛି ।

Leave A Reply

Your email address will not be published.