Latest Odisha News

BREAKING NEWS

ପୋଷ୍ୟ ନାଁ ଗ୍ରହଣ କରିଥିବା ବଲିଉଡ୍ ଅଭିନେତ୍ରୀ…

ମୁମ୍ବାଇ: ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଚଳଚ୍ଚିତ୍ରରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ନାମ ପରିବର୍ତ୍ତନ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ସମ୍ପର୍କରେ

କିଆରା ଆଡଭାନୀ

ଅଳ୍ପ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି କିଆରା। ସଲମାନ ଖାନଙ୍କ ପରାମର୍ଶରେ ସେ ତାଙ୍କ ନାମ ପରିବର୍ତ୍ତନ କରିଥିବା କିଆରା ପ୍ରକାଶ କରିଛନ୍ତି। ବାସ୍ତବରେ କିଆରାର ପ୍ରକୃତ ନାମ ହେଉଛି ଆଲିଆ ଆଡଭାନୀ। ଯେତେବେଳେ କିଆରା ବଲିଉଡ୍‌ରେ ପ୍ରବେଶ କରିବାକୁ ଯାଉଥିଲେ ସେତେବେଳେ ଆଲିଆ ଭଟ୍ଟ ଇଣ୍ଡଷ୍ଟ୍ରିରେ ବେଶ୍‌ ନାଁକରା ଅଭିନେତ୍ରୀ ହୋଇଯାଇଥିଲେ।  ତାଙ୍କ ନାମ ଅନୁଯାୟୀ ସମାନ ନାମ ରଖି କିଆରା ତାଙ୍କ ନାମ ବଦଳାଇଥିଲେ।

ରେଖା

ଚିର ସବୁଜ ଅଭିନେତ୍ରୀ ରେଖାଙ୍କ ପ୍ରକୃତ ନାମ ହେଉଛି ଭାନୁରେଖା ଗଣେଶନ୍। ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ସେ ତାଙ୍କ ନାମକୁ କେବଳ ରେଖାରେ ପରିବର୍ତ୍ତନ କରିଥିଲେ ଏବଂ ଏହି ନାମ ସହିତ ସେ ଖ୍ୟାତି ଅର୍ଜନ କରିଥିଲେ।

ଶିଳ୍ପା ସେଟ୍ଟି

ଶିଳ୍ପା ସେଟ୍ଟୀଙ୍କ ମୂଳ ନାମ ହେଉଛି ଅଶ୍ୱିନୀ ସେଟ୍ଟୀ। ପରେ ତାଙ୍କ ମା ଜଣେ ଜ୍ୟୋତିଷଙ୍କ ନିର୍ଦ୍ଦେଶରେ ତାଙ୍କ ନାମ ପରିବର୍ତ୍ତନ କରି ଶିଳ୍ପା ଶେଟ୍ଟୀରେ ରଖିଥିଲେ।

ମଧୁବାଲା

ମଧୁବାଲାଙ୍କ ପିତାଙ୍କ ନାମ ଅତାଉଲ୍ଲାହା ଏବଂ ମାତାଙ୍କ ନାମ ଆୟେଶା ବେଗମ୍। ଜନ୍ମ ସମୟରେ ପିତା ତାଙ୍କ ନାମ ମୁମ୍‌ତାଜ ଜାହାନ୍‌ ଦେହ୍‌ଲଭି ରଖିଥିଲେ। ପରେ ୧୯୪୨ ମସିହାରେ, ମୁମ୍‌ତାଜଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ବସନ୍ତ। ତାଙ୍କ ଅଭିନୟ ଦେଖି ତତ୍କାଳୀନ ପ୍ରସିଦ୍ଧ ଅଭିନେତ୍ରୀ ଦେବିକା ରାନୀ ତାଙ୍କୁ ନାମ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ। ଦେବିକା ରାନୀ ତାଙ୍କ ନୂଆ ନାମ ମଧୁବାଲା ରଖିଥିଲେ।

ସନ୍ନି ଲିଓନ

ସନି ଲିଓନଙ୍କ ଅସଲି ନାଁ ହେଉଛି କରନ୍‌ଞ୍ଜିତ୍‌ କୌର୍‌ ଭୋହରା। ଯେତେବେଳେ ସେ ବଲିଉଡ୍‌ରେ ପ୍ରବେଶ କଲେ ସେତେବେଳେ ତାଙ୍କୁ ତାଙ୍କ ନାମ ପରିବର୍ତ୍ତନ କରିବାକୁ ପଡିଥିଲା।

ଶ୍ରୀଦେବୀ

ଶ୍ରୀଦେବୀ ଜନ୍ମ ନାଁ ଥିଲା ଶ୍ରୀ ଅମ୍ମା ୟଙ୍ଗର୍ ଅୟପନ୍। ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ତାଙ୍କ ମା ତାଙ୍କ ନାମ ପରିବର୍ତ୍ତନ କରି ଶ୍ରୀଦେବୀ ରଖିଥିଲେ।

Leave A Reply

Your email address will not be published.