Latest Odisha News

BREAKING NEWS

ପୁଣି ଉଡିବ ଜେଟ୍‌ ଏୟାର୍‌ୱେଜ୍‌

ନୂଆଦିଲ୍ଲୀ: ଦେଶର ଏକ ପ୍ରମୁଖ ଘରୋଇ ବିମାନ କମ୍ପାନୀ ଜେଟ ଏୟାରୱେଜ୍ ପୁଣି ଥରେ ଆକାଶ‌ରେ ଉଡ଼ିବ। ବର୍ତ୍ତମାନ କମ୍ପାନୀକୁ ନୂତନ ମାଲିକ ମିଳିଛନ୍ତି | ଲଣ୍ଡନ ସ୍ଥିତ କେଲ୍ରକ୍ କ୍ୟାପିଟାଲ୍ ଏବଂ ୟୁଏଇର ବ୍ୟବସାୟୀ ମୁରାରୀ ଲାଲ ଜାଲାନଙ୍କ କନସୋର୍ଟିୟମ୍ (ଗ୍ରୁପ୍) ର ରିଜୋଲ୍ୟୁସନ୍ ଯୋଜନାକୁ ଋଣଦାତା କମିଟି ଅନୁମୋଦନ କରିଛି।

ଗତ ବର୍ଷ ଏପ୍ରିଲରେ ଜେଟ ଏୟାରୱେଜ୍‌ ଜେଟ୍‌ ଉଡାଣ ବନ୍ଦ କରି ଦେଇଥିଲା ଏବଂ ନ୍ୟାସନାଲ କମ୍ପାନୀ ଲ ’ଟ୍ରିବ୍ୟୁନାଲ (ଏନସିଏଲଟି) ରେ ଜେଟ୍‌ ଏୟାରୱେଜ୍‌ର ମାମଲା ଚାଲିଛି।

ରିପୋର୍ଟ ଅନୁଯାୟୀ, ଜେଟ ଏୟାରୱେଜରେ ପୁଞ୍ଜିନିବେଶ କରିବା ଏବଂ ନୂତନ ବିମାନ କିଣିବା ପାଇଁ ପୁରୁଣା ବିମାନ ବିକ୍ରୟ କରିବା କନସୋର୍ଟିୟମ୍ ଲକ୍ଷ୍ୟ ରଖିଛି । ଏହା ସହ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ପାଇଁ ଯୋଜନା କରାଯାଇଛି। 

ସୂଚନା ଥାଉ କି ଋଣଦାତା କମିଟିରେ ଥିବା ଅଧିକାଂଶ ବ୍ୟାଙ୍କର ସଦସ୍ୟ ଏହି ନୂଆ ଅଧିଗ୍ରହଣକୁ ସମର୍ଥନ କରିଥିଲେ | କେବଳ ସରକାରୀ ବିମାନସେବା କମ୍ପାନୀ ଏୟାର୍‌ଇଣ୍ଡିଆ ନୁହେଁ, ଘରୋଇ ଜେଟ ଏୟାରୱେଜ୍‌ ମଧ୍ୟ ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିଲା | ଏହା ସହ ବ୍ୟାଙ୍କ ଋଣ ବୋଝ ଯୋଗୁଁ ଏହି କମ୍ପାନୀ ଗତବର୍ଷ ବିମାନ ଉଡାଣ ବନ୍ଦ କରିଦେଇଥିଲା |

Comments are closed.