Latest Odisha News

BREAKING NEWS

ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସେନାବାହିନୀଙ୍କୁ ବଡ଼ ଧରଣର ସଫଳତା । କୋରାପୁଟ ମାଲକାନଗିରି ସୀମାରୁ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ । ଏତେ ପରିମାଣର ବିସ୍ଫୋରକ ଏକ ଡ୍ରମ ଭିତରେ ପୁରାଇ ମାଟି ତଳେ ଲୁଚାଇ ରଖାଯାଇଥିଲା । ଆନ୍ଧ୍ର ଓଡ଼ିଶା ବର୍ଡର ଡିଭିଜନାଲ କମିଟି ଏହାକ ଲୁଚାଇ ରଖିଥିଲା ।

କୋରାପୁଟ-ମାଲକାନଗିରି ସୀମାନ୍ତ ମାଛକୁଣ୍ଡ ଥାନା ଅନ୍ତର୍ଗତ ସୀମାନ୍ତ ଜଙ୍ଗଲରେ ୧୫ରୁ ୨୦ ଜଣ ନକ୍ସଲ ଏକାଠି ହୋଇଥିବା ଖବର ମିଳିଥିଲା। ଏତେ ପରିମାଣର ମାଓବାଦୀ ଲୁଚିରହିଥିବାର ଖବର ପାଇ କୋରାପୁଟ ପୋଲିସ , DVF ଓ BSF ତରଫରୁ ମିଳିତ ଭାବେ ଅପରେସନ କରାଯାଇଥିଲା । କିନ୍ତୁ ପୋଲିସ ଓ ଯବାନଙ୍କ ଅପରେସନ ପୂର୍ବରୁ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ ।

ନକ୍ସଲମାନେ ଘଟଣାସ୍ଥଳରୁ ଖସିଯାଇଥିବା ବେଳେ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଠାବ ହୋଇଛି । ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ  ମାଓ ପୁସ୍ତିକା , ଫ୍ଳାସ ଲାଇଟ ଓ ମାଓ କ୍ୟାଡେରଙ୍କ ଫଟୋ ରହିଛି। ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ନେଇ କୋରାପୁଟ ଏସ୍‌ପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.