Latest Odisha News

BREAKING NEWS

ମୟୁରଭଞ୍ଜରେ ବଜ୍ରକାପ୍ତା ଚୋରାଚାଲାଣ, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲା ଆମ୍ବଡିହି ଅଞ୍ଚଳରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ (ଏସଟିଏଫ୍) ୪ଜଣ ବଜ୍ରକାପ୍ତା ଶିକାରୀଙ୍କୁ ଗିରଫ କରିଛି ।

ଏହି ଚଢଉ ସମୟରେ ଏସଟିଏଫ୍ ଟିମ୍ ୧୩କିଲୋ ଓଜନର ୨ଟି ଜୀବନ୍ତ ବଜ୍ରକାପ୍ତାକୁ ଜବତ କରିଥିଲା। ଗିରଫ ଅଭିଯୁକ୍ତ ମାନେ ବଳିଆ ଅନ୍ଧାରା, ଦେବେନ୍ଦ୍ର ଦାସ, ଜନ୍ମେଞ୍ଜୟ ନାୟକ, ରଘୁନାଥ ବେହେରା ବୋଲି ଜଣାପଡିଛି ।

ଏସପି ସତ୍ୟଜିତ ନାୟକଙ୍କ ଠାରୁ ଇଣ୍ଟେଲିଜେନ୍ସ ରିପୋର୍ଟ ପାଇବା ପରେ ଭୁବନେଶ୍ୱରରୁ କ୍ରାଇମବ୍ରାଞ୍ଚର ଏକ ସ୍ପେସାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଟିମ୍ ଚଢଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଏଥିସହିତ ୨ଟି ବଜ୍ରକାପ୍ତାକୁ ଅଭିଯୁକ୍ତମାନେ ବିକ୍ରି କରିବା ପାଇଁ ୨୨ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏସପି ସତ୍ୟଜିତ ନାୟକଙ୍କ ଠାରୁ ଇଣ୍ଟେଲିଜେନ୍ସ ରିପୋର୍ଟ ପାଇବା ପରେ ଭୁବନେଶ୍ୱରରୁ କ୍ରାଇମବ୍ରାଞ୍ଚର ଏକ ସ୍ପେସାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଟିମ୍ ସେହି ଗ୍ରାମର ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କୁ ଗିରଫ କରିଛି ।

ତେବେ ବଜ୍ରକାପ୍ତା ଚୋରାଚାଲାଣରେ ଆଉ କାହାର ସଂପୃକ୍ତି ନେଇ ଅଭିଯୁକ୍ତଙ୍କୁ ଜେରା କରାଯାଉଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.