Latest Odisha News

BREAKING NEWS

ସିନେମା ପାଇଁ ସିନେମା ନୁହେଁ..

ଭୁବନେଶ୍ୱର : ସିନେମା ପାଇଁ କେବଳ ସିନେମା ତିଆରି ହୁଏନି । ସିନେମା ତିଆରି ହୁଏ ସମାଜର କଲ୍ୟାଣ ପାଇଁ । ଏକଥାକୁ ପ୍ରମାଣ କରିବାକୁ ଯାଉଛି ସୁମିତ୍ରା ଏଣ୍ଟରଟେନମେଣ୍ଟ । କରୋନା ଯୋଗୁଁ ଠପ୍ ହେଇଯାଇଛି ଚଳଚ୍ଚିତ୍ର ଶିଳ୍ପ । କଳାକାର ହୁଅନ୍ତୁ କି ଟେକ୍ନିସିଆନ ସମସ୍ତଙ୍କ ପାଖରେ କାମର ଅଭାବ । ରୋଜଗାର ବନ୍ଦ ଥିବାରୁ ନାନା ଅସୁବିଧା ସମ୍ମୁଖୀନ ହେଉଛନ୍ତି ।

ତେଣୁ କଳାକାର ଓ ଟେକ୍ନିସିଆନଙ୍କୁ କାମ ଯୋଗାଇଦେବା ଲକ୍ଷ୍ୟରେ ସୁମିତ୍ରା ଏଂଟରଟେନମେଂଟ ପକ୍ଷରୁ ପ୍ରସ୍ତୁତ ହେଉଛି ନୂଆ ସିନେମା । ଏହାର ନିର୍ଦ୍ଦେଶନା ଦେଉଛନ୍ତି ଦେବଜ୍ୟୋତି ପାତ୍ର(ଦୀପୁ) । ସହ ନିର୍ଦ୍ଦେଶନାରେ ଅଛନ୍ତି ସିଦ୍ଧାନ୍ତ ଓ ସ୍ୱାଗତ ପାତ୍ର । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ । ଲଭ୍‌, ରୋମାନ୍ସ, ଆକ୍ସନ, ଇମୋସନ ସାଙ୍ଗକୁ ଫ୍ୟାମିଲି ସେଣ୍ଟିମେଂଟ…ସବୁପ୍ରକାର ମସଲାରେ ଭରପୁର ରହିଛି ଚଳଚ୍ଚିତ୍ରର କାହାଣୀ । କିନ୍ତୁ ଏହାର ସିନେମାର ନାଁକୁ ଘୋଷଣା କରାଯାଇନାହିଁ ।

ଦର୍ଶକ ଏହାର କାହାଣୀକୁ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ପ୍ରଯୋଜକ ।

Leave A Reply

Your email address will not be published.