Latest Odisha News

BREAKING NEWS

ଆତଙ୍କବାଦୀ ସାଥୀଙ୍କ ସହ ମିଶି ଭାରତ ବିରୋଧରେ ବଡ ଷଡଯନ୍ତ୍ର ରଚୁଛି ପାକିସ୍ତାନ

କରାଚୀ: ଆତଙ୍କବାଦୀ ସାଥୀଙ୍କ ସହ ମିଶି ପାକିସ୍ତାନ ଭାରତ ବିରୋଧରେ ବଡ ଧରଣର ଷଡଯନ୍ତ୍ର ରଚୁଛି । ରିପୋର୍ଟ ମୁତାବକ ପାକିସ୍ତାନୀ ସେନା ବାହିନୀ ମୁଖ୍ୟ କ୍ୱାମର ଜାଭେଦ ବାଜୱା ଆତଙ୍କବାସୀ ସଂଗଠନ ଲଶ୍କର-ଇ-ତୋଇବା ମୁଖ୍ୟ ହାଫିଜ ସଇଦ, ହିଜଜିବୁଲ ମଜାହିଦ୍ଦିନ ପ୍ରମୁଖ ସଲ୍ଲାଉଦ୍ଦିନଙ୍କୁ ଭାରତରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଗୁପ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ପାକିସ୍ତାନ ଗୋଇନ୍ଦା ସଂସ୍ଥା ଓ ଆଇଏସଆଇ ମଧ୍ୟ ଏଥିରେ ସେମାନଙ୍କୁ ସହଯୋଗ କରୁଛନ୍ତି । ରାୱଲପିଣ୍ଡିରେ ଲଶ୍ମର ଇ ତୋଇବା, ଜୈଶ ଇ ମହମ୍ମଦ, ହିଜିବୁଲ ମୁହାହିଦ୍ଦିନ ଏବଂ ତାଲିବାନ ଆତଙ୍କବାଦୀଙ୍କ ସହ ବୈଠକ ମଧ୍ୟ କରିଛି । ଭାରତ ଗୋଇନ୍ଦା ସଂସ୍ଥା ପକ୍ଷରୁ ଏ ନେଇ ସତର୍କ ସୂଚନା ଜାରୀ କରାଯାଇଛି ।

Leave A Reply

Your email address will not be published.