Latest Odisha News

BREAKING NEWS

ବିସ୍କୁଟ ଚାଖି ହୋଇପାରିବେ ଲକ୍ଷପତି!

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ସମଗ୍ର ବିଶ୍ୱ ସଙ୍କଟ ସମୟ ଦେଇ ଗତି କରୁଛି। ଏହି ସମୟରେ ଅନେକ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ କେତେକ ସ୍ଥାନରେ ଦୀର୍ଘ ଦନ ପାଇଁ ଛୁଟିରେ ରହିବାକୁ କର୍ମଚାରୀ କୁହାଯାଉଛି। ତେବେ ଏହି ସମୟରେ, ଏକ ବିସ୍କୁଟ କମ୍ପାନୀ ଏପରି ଏକ ଚାକିରି ଦେଇଛି ଯାହା ଶୁଣିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହିିତ ଆବେଦନ କରିବା ଆରମ୍ଭ କରିଛନ୍ତି।
ରିପୋର୍ଟ ଅନୁଯାୟୀ ସ୍କଟ୍‌ଲ୍ୟାଣ୍ଡର ଏକ ବିସ୍କୁଟ କମ୍ପାନୀ ‘ବର୍ଡର ବିସ୍କୁଟ’ ନୂତନ ନିଯୁକ୍ତି ବାହାର କରିଛି। ଏଥିରେ କମ୍ପାନୀ ଦ୍ୱାରା ଦିଆଯାଇଥିବା ସର୍ତ୍ତ କାହାକୁ ବି ଆକର୍ଷିତ କରିପାରେ। ତେବେ ସର୍ତ୍ତଟି ହେଉଛି କମ୍ପାନୀ କହିଛି ଯେ ଆମେ ‘ମାଷ୍ଟର ବିସ୍କୁଟର୍‌’ ଖୋଜୁଛୁ।
ମାଷ୍ଟର ବିସ୍କୁଟର୍‌ ପଦ ପାଇଁ କମ୍ପାନୀ ଏପରି ଆବେଦନକାରୀଙ୍କ ଆବଶ୍ୟକ କରୁଛି ଯେଉଁମାନେ ବିସ୍କୁଟର ସ୍ୱାଦ ଚାଖି ପାରିବେ। ଆବେଦନକାରୀଙ୍କୁ ବିସ୍କୁଟ ତିଆରି  ଏବଂ ସ୍ୱାଦ ବିଷୟରେ ଜ୍ଞାନ ଥିବା ଉଚିତ। ଏହା ବ୍ୟତୀତ ତାଙ୍କର ନେତୃତ୍ୱ ଏବଂ ଯୋଗାଯୋଗ ଦକ୍ଷତା ମଧ୍ୟ ରହିବା ଉଚିତ।
ବର୍ଡର ବିସ୍କୁଟ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପଲ୍ ପାର୍କିନ୍ସ କହିଛନ୍ତି ଯେ ବିସ୍କୁଟ ଶିଳ୍ପରେ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ। ଆମେ ଏହି ମାଷ୍ଟର ବିସ୍କୁଟର୍‌ଙ୍କ ଜ୍ଞାନର ଲାଭ ଉଠାଇବାକୁ ଚାହୁଁଛୁ ଏବଂ ଏପରି ବିସ୍କୁଟ ତିଆରି କରିବାକୁ ଚାହୁଁଛୁ ଯାହା ସମସ୍ତଙ୍କ ପସନ୍ଦଯୋଗ୍ୟ ହୋଇପାରିବ।
ଏଥିସହ ବର୍ଡର ବିସ୍କୁଟର ବ୍ରାଣ୍ଡ୍‌ ହେଡ ସୁଜି କର୍ଲା କହିଛନ୍ତି ଯେ ଗ୍ରାହକଙ୍କୁ ସର୍ବୋତ୍ତମ ସ୍ୱାଦ ଏବଂ ଗୁଣର ବିସ୍କୁଟ ପରିବେଷଣ କରିବାକୁ କମ୍ପାନୀ ପ୍ରତିବଦ୍ଧ। ଏହି କାମ ପାଇଁ ଆମେ ଏକ ମାଷ୍ଟର ବିସ୍କୁଟର୍‌ ଖୋଜୁଛୁ।
ତେବେ ମାଷ୍ଟର ବିସ୍କୁଟର ପଦ ପାଇଁ ବାର୍ଷିକ ୪୦ ହଜାର ପାଉଣ୍ଡ ଅର୍ଥାତ୍ ପ୍ରାୟ ୪୦ ଲକ୍ଷ ଟଙ୍କା ପାଇବେ ମିଳିବ।  କୌତୁହଳର ବିଷୟ ହେଉଛି ଗୋଟିଏ ବର୍ଷରେ ୩୫ ଦିନର ଛୁଟି ମଧ୍ୟ ଉପଲବ୍ଧ ହେବ। ଏହା ଫୁଲ୍‌ ଟାଇମ୍‌ ଡ୍ୟୁଟି ରହିବ।  ଗୋଟିଏ ପଟେ, ଯେଉଁଠାରେ ଆପଣ ପ୍ରଚୁର ଟଙ୍କା ପାଇବେ, ଅନ୍ୟ ପଟେ ବିସ୍କୁଟ ମଧ୍ୟ ମାଗଣାରେ ଖାଇପାରିବେ।

 

BjdElectrycity
Leave A Reply

Your email address will not be published.