Latest Odisha News

BREAKING NEWS

ହାତୀ ସହ ସାଥୀ ହେବେ ରାଣା ଡଗୁବତୀ, ରିିଲିଜ୍ ଅପେକ୍ଷାରେ ଫିଲ୍ମ !

ତେଲେଙ୍ଗାନା: ବେଶ କିଛିଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ବାହୁବଲି ଫେମ୍ ଅଭିନେତା ରାଣା ଡଗୁବତୀଙ୍କୁ ହୋଇଛି ଦୁଃସାଧ୍ୟ ରୋଗ । ସେଥିପାଇଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ଏପରିକି ସେ ରୁଗ୍‌ଣ ଦେଖାଯାଉଥିବା ଓ ତାଙ୍କ ଶରୀରର ଓଜନ କମୁଥିବା ଖବର ମଧ୍ୟ ଭାଇରାଲ୍ ହୋଇଥିଲା । ଶେଷରେ ଏକ ଫିଲ୍ମର ପୋଷ୍ଟର୍ ଜରିଆରେ ରାଣା ସମସ୍ତ ର‌୍ୟୁମର୍‌ର ଜବାବ ଦେଇଛନ୍ତି ।

ଖୋଦ ରାଣା ଡୁଗୁବତୀ ନିଜ ଅପକମିଂ ଫିଲ୍ମ ହାଥୀ ମେରେ ସାଥୀର ଫାଷ୍ଟ ଲୁକ୍ ରିଭିଲ୍ କରିଛନ୍ତି । ହିନ୍ଦୀ ଭର୍ସନ ଛଡା ଏହି ଫିଲ୍ମ ତେଲୁଗୁରେ କାଦନ୍ ଓ ତାମିଲ ଭର୍ସନ୍‌ରେ ଅରନ୍ୟା ଟାଇଟଲରେ ରିଲିଜ ହେବ । ଫିଲ୍ମରେ ବନଦେବ ଭୂମିକାରେ ରାଣାଙ୍କୁ ଦେଖିବାକୁ ମିଳିବ । ତେବେ କୌଣସି ରୋଗ ନୁହେଁ ବରଂ ଖାସ୍ ଏହି ଫିଲ୍ମ ପାଇଁ ସେ ନିଜର ୧୫କେଜି ଓଜନ ହ୍ରାସ କରିଥିଲେ ।

ବିଷ୍ଣୁ ବିଶାଲ, ଶ୍ରୀୟା ପିଲଗାଓଁକର ଓ ପୁଲକିତ ସମ୍ରାଟଙ୍କ ଭଳି ଅଭିନେତାଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ । ୨୦୨୧, ମକର ସଂକ୍ରାନ୍ତିରେ ଫିଲ୍ମଟି ରିଲିଜ ହେବାକୁ ଥିବାବେଳେ ଏହାର ସମସ୍ତ ସୁଟିଂ କେରଳରେ ହିଁ ସମାପନ ହୋଇଛି । ଫିଲ୍ମରେ ଥିବା ନିଜ କିର୍ଦାର ପାଇଁ ଅଭିନେତା ରାଣା ପ୍ରାୟ ୬ ମାସ ଧରି ଆମିଷ ଖାଇବା ବନ୍ଦ କରିଥିଲେ ।

ଫିଲ୍ମରେ ବନଦେବ ଅର୍ଥାତ ବନରାଜ (ଜଙ୍ଗଲର ସମସ୍ତ ପଶୁପକ୍ଷୀଙ୍କର ରକ୍ଷାକର୍ତ୍ତା ) ଭାବେ ନିଜକୁ ଢଳାଇବା ପାଇଁ ରାଣା ସମସ୍ତ ପ୍ରସ୍ତୁତି କରିଥିଲେ । ମୀହିକା ବଜାଜଙ୍କ ସହ ବିବାହ ପରେ ରାଣା ଡଗୁବତୀଙ୍କର ଏହା ପ୍ରଥମ ଫିଲ୍ମ ଭାବେ ରିଲିଜ ହେବ ।

Leave A Reply

Your email address will not be published.