Latest Odisha News

BREAKING NEWS

୩୦ ଟଙ୍କିଆ ଚାନ୍ଦା ଆଦାୟକାରୀ ବି ପାଇଲାନି ଛାଡ

କଟକ: ଦାଦାବଟିକୁ ନା ଅଭିଯାନରେ କମିଶନରେଟ୍ ପୋଲିସର ପ୍ରଥମ ଶିକାର ହୋଇଥିଲା ରାଜା ଆଚାର୍ଯ୍ୟ ।ଗତକାଲି ସୁଦ୍ଧା ୧୪ ଜଣ ଗିରଫ ହୋଇସାରିଲେଣି । ହେଲେ ରାସ୍ତା କଡରେ ଗାଡିକୁ ଛିଡା କରି ଚାନ୍ଦା ଆଦାୟ କରୁଥିବା ଅସାମାଜିକ ବି ଏବେ ତ୍ରାହି ତ୍ରାହି ଛାଡିଲେଣି । ମାତ୍ର ୩୦ ଟଙ୍କା ବଟି ମାଗି ହାତକଡି ପନ୍ଧିିଛନ୍ତି ବାରଙ୍ଗର ବିବୁଲା ରାଉତ ।

ଆଜି ସାଲୁ ପ୍ରଧାନ ନାମକ ଜଣେ ଟ୍ରକ ଡ୍ରାଇଭରର ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ, ସେ ଭୁବନେଶ୍ୱରୀ ପାୱାର ପ୍ଲାଣ୍ଟରୁ ଟ୍ରକ ନେଇ ଫୁଲନଖରା ଫେରୁଥିବା ବେଳେ ବାରଙ୍ଗ ମୁଣ୍ଡ ମୁହାଣ ଛକ ନିକଟରେ ବିବୁଲା ତାଙ୍କ ଗାଡିକୁ ଅଟକାଇଥିଲେ । ଖରାପ ଭାଷାରେ ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କଠାରୁ ୩୦ ଟଙ୍କା ଛଡାଇ ନେଇଥିଲେ । ଟଙ୍କା ନ ଦେଲେ ତାଙ୍କୁ ଜୀବନରେ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ପ୍ରତିଦିନ ସେ ଏପରି ଢଙ୍ଗରେ ବିଭିନ୍ନ ଟ୍ରକ ଡ୍ରାଇଭରଙ୍କୁ ଅଟକାଇ ଆଦାୟ କରନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଥିଲା ।

ଏହି ଅଭିଯୋଗ ଆଧାରରେ ପୋଲିସ ବିବୁଲାକୁ ଗିରଫ କରିଛି ।

Leave A Reply

Your email address will not be published.