Latest Odisha News

ତାସ ଘର ପରି ଭୁଷୁଡିଗଲା କୋଲକାତା ଇନିଂସ : ବାଙ୍ଗାଲୋର ସମ୍ମୁଖରେ ୮୫ ରନର ବିଜୟ ଲକ୍ଷ୍ୟ

ଦୁବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ବୁଧବାର ଆଇପିଏଲ ମ୍ୟାଚରେ କୋଲକାତା ଇନିଂସ ତାସଘର ପରି ଭୁଷୁଡିଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିବା କୋଲକାତା ୨୦ ଓଭରରେ ୮ ଉଇକେଟ ହରାଇ ୮୪ ରନ କରିବାକୁ ସକ୍ଷମ ହୋଇଛି । ଲକି ଫର୍ଗୁଶନ ୧୯ ରନ କରି ନଟଆଉଟ ରହିଥିଲେ । ଫଳରେ ବାଙ୍ଗାଲୋର ସମ୍ମୁଖରେ ୮୫ ରନର ବିଜୟ ଲକ୍ଷ୍ୟ ରହିଛି । ଇଅନ ମୋର୍ଗାନ ଦଳ ପକ୍ଷରୁ ସର୍ବାଧିକ ୩୦ ରନ କରିଥିଲେ ।

କୋଲକାତାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିବା ବାଙ୍ଗାଲୋରର ମହମ୍ମଦ ସିରିଜ ୩ଟି ଉଇକେଟ ଅକ୍ତିଆର କରିଥିଲେ । ୟୁଜଭେନ୍ଦ୍ର ଚହଲ ୨ଟି ଏବଂ ନବଦୀପ ସଇନି ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.