ତେଲେଙ୍ଗାନା: ଆସିଲା ବହୁ ପ୍ରତିକ୍ଷିତ ଫିଲ୍ମ ‘ଆର୍ଅର୍ଅର୍’ର ଟିଜର । ଏଥିରେ ସାଉଥ ସୁପରଷ୍ଟାର ଜୁନିଅର ଏନ୍ଟିଆର୍ଙ୍କ ଦମ୍ଦାର ଲୁକ୍ ଦେଖିବାକୁ ମିଳିଛି । ପୁରା ଆକ୍ସନ୍ ମୋଡରେ ନଜର ଆସିଛନ୍ତି ଜୁନିଅର ଏନ୍ଟିଆର୍ । ଏଥିରେ ତାଙ୍କୁ ଭୀମ ଭୂମିକାରେ ଦେଖିବାକୁ ମିଳିବ ।
ଏହି ଭିଡିଓଟି ରିଲିଜ ହେବାର କିଛି ସମୟ ମଧ୍ୟରେ ଇଂଟରନେଟ୍ରେ ବେଶ୍ ଧମଳା କରିଛି । ଏକ ଘଂଟା ଭିିତରେ ଭିଡିଓ ଟିକୁ ୧୦ ହଜାରରୁ ଅଧିକ ଥର ଦେଖାଯାଇଥିବା ବେଳେ ଏକ ଲକ୍ଷରୁ ଅଧିକ ଲାଇକ୍ସ ମିଳିିଛି ।
ଏସ୍ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ବିଗ୍ ବଜେଟ୍ ଫିଲ୍ମର ଲିଡ୍ ରୋଲ୍ରେ ଜୁନିଅର ଏନ୍ଟିଆର୍, ରାମ ଚରଣ, ଅଜୟ ଦେବଗନ୍ ଓ ଆଲିଆ ଭଟ୍ଟ ଅଛନ୍ତି । ଏହା ଏକ ପିରିଅଡିକାଲ ଡ୍ରାମା ଫିଲ୍ମ । ଖୁବଶୀଘ୍ର ଏହି ଫିଲ୍ମଟି ତେଲୁଗୁ, ହିନ୍ଦୀ, ତାମିଲ, ମଲୟାଲମ ଓ କନ୍ନଡ ଭାଷାରେ ରିଲିଜ ହେବ ।
Comments are closed.