Latest Odisha News

BREAKING NEWS

ରାଉରକେଲା: ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ବିଲ୍ଡର୍

ରାଉରକେଲା: ରାଉରକେଲା ସହର ଉପକଣ୍ଠରେ ମଙ୍ଗଳବାର ସକାଳେ ଜଣେ ବିଲ୍ଡର୍ ସୌଭାଗ୍ୟକ୍ରମେ ମାରଣାସ୍ତ୍ର ଧରଥିିବା କିଛି ଦୁବୃର୍ତ୍ତମାନଙ୍କ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

 

ମିଳିଥିବା ସୂଚନାନୁଯାୟୀ, ଅନମୋଲ ସିଂହ ନାମକ ଜଣେ ବିଲ୍ଡର୍ ତାଙ୍କ ଦେହରକ୍ଷୀଙ୍କ ସହିତ ଗାଡ଼ିରେ ରାଉରକେଲା ଯାଉଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କ ଉପରକୁ ଅତର୍କିତ ଭାବେ ଆଖିବୁଜା ୧୦ ରାଉଣ୍ଡ ଗୁଳି ଚଳାଇଥିଲେ । ସୌଭାଗ୍ୟକ୍ରମେ ଅନମୋଲଙ୍କ ଶରୀରରେ ଗୁଳି ନବାଜି ତାଙ୍କ ଦେହରକ୍ଷୀଙ୍କ ଉପରେ ଗୋଟିଏ ଗୁଳିମାଡ଼ ହୋଇଥିଲା ।

ଏହି ଗୁଳିକାଣ୍ଡ ଘଟାଇ ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ ।

ସୂଚନାପାଇ, ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ୫ଟି ଖାଲି କ୍ୟାଟ୍ରିଜ୍ ଜବତ କରିଥିଲେ ।

ପରେ ଗୁଳିମାଡ଼ରେ ଆହତ ହୋଇଥିବା ଦେହରକ୍ଷୀଙ୍କୁ ଇସ୍ପାତ ଜେନେରାଲ୍ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଆହତ ଦେହରକ୍ଷୀଙ୍କ ଅବସ୍ଥା ଏବେ ସ୍ୱାଭାବିକ ରହିଥିବା ସୂଚନା ମିଳିଛି ।

ବିଲ୍ଡର୍ ଅନମୋଲ ସିଂହଙ୍କୁ ହତ୍ୟା କରିବା ଲାଗି ଏହା ଦୁବୃର୍ତ୍ତମାନଙ୍କର ୨ୟ ପ୍ରଚେଷ୍ଟା ।

ଇତିମଧ୍ୟରେ ଘଟଣାସ୍ଥଳରୁ ଖସିଯାଇଥିବା ଦୁବୃର୍ତ୍ତମାନଙ୍କୁ ଧରିବା ଲାଗି ପୋଲିସ ପକ୍ଷରୁ ଜୋରଦାର୍ ଛାନଭିନ୍ନ ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.