କଟକ: ଚିଲିକା ଓ ଭିତରକନିକା ଅଭୟାରଣ୍ୟ ଆଦ୍ରଭୂମିର ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ହସ୍ତାନ୍ତର କରିବା ନେଇ ଓଡ଼ିଶା ହାଇକୋର୍ଟରେ ଏକ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି ।
ଚିଲିକା ଓ ଭିତରକନିକାରେ ସୁରକ୍ଷା ଉପାୟର ଏକ ଶୁଣାଣିରେ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ ଏସ ଜାଭେରୀ ଏବଂ ଜଷ୍ଟିସ୍ କେ ଆର ମହାପାତ୍ରଙ୍କ ଖଣ୍ଡପୀଠରେ ଏକ ସତ୍ୟପାଠ ଦାଖଲ କରିବା ପୂର୍ବକ ସରକାରଙ୍କ ପକ୍ଷରୁ ଆଇନଜୀବବୀ କହିଛନ୍ତି, ଏହି ଦୁଇ ଅଭୟାରଣ୍ୟର ଆଦ୍ରଭୂମିରେ ବେଆଇନ ଚିଙ୍ଗୁଡ଼ି ଘେରି ତଥା ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କ କବଳରୁ ସୁରକ୍ଷା ନିମନ୍ତେ ଏସିଏସଙ୍କୁ ହସ୍ତାନ୍ତର ପ୍ରସ୍ତାବ ରହିଛି ।
ଏସମ୍ପର୍କରେ ଖଣ୍ଡପୀଠ ସତ୍ୟପାଠକୁ ସ୍ୱୀକାର କରିବା ସହିତ କହିଛନ୍ତି, ସରକାରଙ୍କ ଏହି ସତ୍ୟପାଠକୁ ଡ଼ିସେମ୍ବର ୧୮ ତାରିଖରେ ହେବାକୁ ଥିବା ଆଗାମୀ ଶୁଣାଣିରେ ଗ୍ରହଣ କରାଯିବ ।