Latest Odisha News

ମିଜୋରାମରେ ସ୍କୁଲ ଖୋଲିବାରୁ ଛାତ୍ରଛାତ୍ରୀ କରୋନା ସଂକ୍ରମିତ, ପୁଣି ବନ୍ଦ ନିଷ୍ପତ୍ତି

ଆଇଜଲ୍: ଦେଶରେ କରୋନା କାୟା କମୁଥିବା ବେଳେ ମିଜୋରାମରେ ସ୍କୁଲ ଖୋଲିଥିଲା । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିଲା । ୮ ଦିନ ଯାଇଛି, ପୁଣି ଥରେ ସ୍କୁଲ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କାରଣ ସ୍କୁଲ ଖୋଲିବା ପରେ କିଛି ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଗକୁ ସଂକ୍ରମିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିପାରେ । ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପୁଣି ଥରେ ଅକ୍ଟୋବର ୨୬ରୁ ସ୍କୁଲ ବନ୍ଦ ରଖିବାକୁ ମିଜୋରାମ ସରକାର ନିଷ୍ପତ୍ତି ନେଇଛନ୍ତି । ଗତ ଅକ୍ଟୋବର ୧୬ ତାରିଖରେ ସେଠାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଥିଲା ।

ସେଠାକାର ଶିକ୍ଷା ବିଭାଗ ଅଧିକାରୀ ଓ ଶିକ୍ଷକ ସଂଘ ସହ ଆଲୋଚନା ପରେ ସରକାର ପୁଣି ସ୍କୁଲ ବନ୍ଦ ନିଷ୍ପତ୍ତି ନେଇଛନ୍ତି । ତେବେ ଛାତ୍ରାଛାତ୍ରୀ ଅନଲାଇନରେ ଶିକ୍ଷା ନେଇପାରିବେ । ନଭେମ୍ବର ୯ ତାରିଖ ପରେ ମିଜୋରାମରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.