Latest Odisha News

ବୁସାନ୍ ଅନ୍ତର୍ରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେଲା ପ୍ରକାଶ ଝାଙ୍କ ଅଭିନୀତ ସିନେମା ‘ମଟୋ କୀ ସାଇକଲ୍‌’

ନୂଆଦିଲ୍ଲୀ: ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଟୋ କୀ ସାଇକଲ୍‌’କୁ ନେଇ ଏହାର ନିର୍ଦ୍ଦେଶକ ଏମ୍‌ ଗାନି ବେଶ୍‌ ଉତ୍ସାହିତ ଅଛନ୍ତି। ଏହା ଏମ୍‌ ଗାନିଙ୍କ ପ୍ରଥମ ଚଳଚ୍ଚିତ୍ର। ଏମ୍‌ ଗାନି କହିଛନ୍ତି ଯେ ଚଳଚ୍ଚିତ୍ରର କାହାଣୀ ଦୈନନ୍ଦିନ ଲୋକଙ୍କ ଗତିବିଧି ଉପରେ ଆଧାରିତ, ଯେଉଁମାନଙ୍କ ସଂଘର୍ଷକୁ ସାଧାରଣତଃ ସମାଜ ଦ୍ୱାରା ଅଣଦେଖା କରାଯାଏ।

ଏହି ଚଳଚ୍ଚିତ୍ରରେ ପ୍ରକାଶ ଝା ମଟୋ ଭୂମିକାରେ ଅଭିନୟ କରିଛନ୍ତି। ଯିଏ  ଜଣେ ଦୈନିକ ମଜୁରିଆ ଭାବେ ନଜର ଆସିଛନ୍ତି ଏବଂ ମଟୋଙ୍କ ପରିବାର ତାଙ୍କ ଯାତାୟାତ ପାଇଁ ଏକ ସାଇକେଲ କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ଏହି ଚଳଚ୍ଚିତ୍ରଟି ଶୁକ୍ରବାର ଦିନ ବୁସାନ୍ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ‘ୱିଣ୍ଡୋ ଅନ୍ ଏସିଆନ୍ ସିନେମା’ ବର୍ଗରେ ପ୍ରଦର୍ଶିତ ହୋଇଥିଲା। ଉତ୍ତରପ୍ରଦେଶର ମଥୁରାରୁ ଆସିଥିବା ଏମ୍‌ ଗାନି କହିଛନ୍ତି ଯେ ଫିଲ୍ମର ନାୟକ ଏବଂ ଲକ୍‌ଡାଉନ୍‌ ସମୟରେ ଯେଉଁମାନେ ବଡ଼ ସହର ଛାଡି ନିଜ ଭିଟାମାଟିକୁ ଫେରି ଆସିବାକୁ ବାଧ୍ୟ ହୋଇଥିବା ଶ୍ରମିକମାନଙ୍କ ମଧ୍ୟରେ ଏକ ବଡ଼ ସମାନତା ରହିଛି।

Leave A Reply

Your email address will not be published.