Latest Odisha News

BREAKING NEWS

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ କରୋନା

ନୂଆଦିଲ୍ଲୀ: ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏସମ୍ପର୍କରେ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ମୁଁ ଲକଡାଉନ୍ ପରଠାରୁ ନିରନ୍ତର କାର୍ଯ୍ୟ କରି ଆସୁଅଛି । ଯେମିତି ଲାଗୁଛି ଭଗବାନ ମୋ କାମ ଉପରେ ବ୍ରେକ୍ ଲଗାଇବାକୁ ଚାହିଁଛନ୍ତି । ମୋର କରୋନା ପଜିଟିଭ ଆସିଛି । ମୁଁ ଏବେ ହୋମ୍ ଆଇସୋଲେସନରେ ଅଛି ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଛି।

ନିକଟ ଅତୀତରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ ଅନୁରୋଧ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.