ଦୁବାଇ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗ୍ସକୁ ମଧ୍ୟରେ ମୁକାବିଲା ଚାଲିଛି । ବାଙ୍ଗାଲୋରର ଦୁଇ ସିନିୟର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ଏବି ଡି’ଭିଲର୍ସ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଚେନ୍ନାଇ ସମ୍ମୁଖରେ ୧୪୬ରନ୍ର ବିଜୟ ଲକ୍ଷ୍ୟ ରଖିଛନ୍ତି । ବାଙ୍ଗାଲୋର ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୦ ଓଭରରେ ୬ଟି ଓ୍ଵିକେଟ୍ ହରାଇ ୧୪୫ ରନ୍ କରିଛି ।
୪୬ ରନ୍ରେ ୨ଟି ଓ୍ଵିକେଟ ହରାଇବା ପରେ ପଡ଼ିଆକୁ ପ୍ରବେଶ କରିଥିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲର୍ସ (୩୯ ରନ୍, ୩୬ ବଲ, ୪ ଚୌକା) । ସେ ତୃତୀୟ ଓ୍ଵିକେଟ୍ରେ ଅଧିନାୟକ ବିରାଟ କୋହଲି (୪୩ ବଲ, ୫୦ ରନ୍, ୧ ଚୌକା, ୧ ଛକା)ଙ୍କ ସହିତ ୮୨ ରନ୍ର ଭାଗିଦାରୀ ହୋଇପାରିଥିଲେ । ଚେନ୍ନାଇ ପାଇଁ ସାମ୍ କୁରାନ୍ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଦୀପକ ଚାହରଙ୍କୁ ୨ ଓ ମିଚେଲ ସଣ୍ଟନର୍ଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା ।