ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭୂତାଣୁ କାୟା ବିସ୍ତାର କରି ଚାଲିଛି। ଏହି ମହାମାରୀ ପୁଣି ଥରେ ଭୟଙ୍କର ରୂପ ନେଇଛି। ଦୁନିଆରେ କରୋନା ସଂକ୍ରମଣ ସଂଖ୍ୟା ୪୩ ନିୟୁତ ଅତିକ୍ରମ କରିଛି। ଏଥିମଧ୍ୟରୁ ପ୍ରାୟ ୧୧ ଲକ୍ଷ ୫୯ ହଜାର ରୋଗୀ ପ୍ରାଣ ହରାଇଛନ୍ତି।
ସାରା ବିଶ୍ୱରେ ଗତ ୨୪ ଘଣ୍ଟାରେ ପ୍ରାୟ ୪ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଅତୀତରେ ଆମେରିକାରେ ସର୍ବାଧିକ ସଂଖ୍ୟକ ମାମଲା ସାମ୍ନାକୁ ଆସିଥିଲା। ଏହା ପରେ ଭାରତ, ଫ୍ରାନ୍ସ, ବ୍ରାଜିଲ, ବ୍ରିଟେନ, ଇଟାଲୀ, ବେଲଜିୟମ, ରୁଷିଆରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଥିଲା।
ୱାର୍ଲଡ ମିଟର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ୱରେ ୪୩ ମିଲିୟନରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୧୧ ଲକ୍ଷ ୫୯ ହଜାର ଲୋକ ପ୍ରାଣ ହରାଇଥିବାବେଳେ ୩ କୋଟି ୧୯ ଲକ୍ଷ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସମଗ୍ର ବିଶ୍ୱରେ ସକ୍ରିୟ ମାମଲା ସଂଖ୍ୟା ୧୦ ନିୟୁତକୁ ବୃଦ୍ଧି ପାଇଛି, ଅର୍ଥାତ ବର୍ତ୍ତମାନ ଡାକ୍ତରଖାନାରେ ଏତେ ସଂଖ୍ୟକ ଲୋକ ଚିକିତ୍ସିତ ହେଉଛନ୍ତି।
BREAKING NEWS
- ରାତି ୨ରୁ ଭୋର୍ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଅର୍ଣ୍ଣବ’, ଅପେକ୍ଷାକୃତ ଶୀଘ୍ର ସ୍ଥଳଭାଗ ଛୁଇଁବା ସମ୍ଭାବନା
- କୋଟିଆ ଓଡ଼ିଶାର, ଓଡ଼ିଶାର ହୋଇ ରହିବ: ରାଜସ୍ୱ ମନ୍ତ୍ରୀ
- ତୁମେ ୧୨ ବଲ୍ରେ ଅର୍ଦ୍ଧଶତକ ଲଗାଇ ପାରିଲ ନାହିଁ
- ଭାରତୀୟ ବକ୍ସିଂ ମହାସଂଘରେ ବଡ଼ ବିବାଦ: ଅଜୟ ସିଂଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି
- ୨୫ ବର୍ଷ ପରେ ଇଂଲଣ୍ଡର କୌଣସି ଫୁଟବଲର୍ଙ୍କୁ ମିଳିଲା ବାଲେନ୍ ଡି’ଓର୍ ଆୱାର୍ଡ
- ବାତ୍ୟାକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ-ରାଜସ୍ୱ ମନ୍ତ୍ରୀ
- ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨୧ ଟ୍ରେନ୍ ବାତିଲ୍ କଲା ECoR
- ୧୯ ବର୍ଷରୁ କମ ମହିଳା କ୍ରିକେଟ: ବିସିସିଆଇ ନିକଟରେ ଅଭିଯୋଗ କଲା ଝାରଖଣ୍ଡ
- ଭାଷାକୁ ବର୍ଣ୍ଣାଶୁଦ୍ଧିରୁ ମୁକ୍ତ କରିବା ପାଇଁ ଡିସେମ୍ବର ୧୪ ‘ଜାତୀୟ ପ୍ରୁଫ୍-ସଂଶୋଧନ ଦିବସ’ ଘୋଷଣା
- ସିଆଇଡି ସ୍ରଷ୍ଟା ବି.ପି. ସିଂହଙ୍କ ପରଲୋକ, ଶ୍ରଦ୍ଧାଂଜଳି ଜଣାଇଲେ ତାରକା

Comments are closed.