Latest Odisha News

BREAKING NEWS

ବୌଦ୍ଧରେ ବସ ଓଲଟି ୧ ମୃତ, ୩୦ ଜଣ ଆହତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମାଦିଙ୍ଗା ଛକ ନିକଟବର୍ତ୍ତୀ ୫୭ ନଂ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ି ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହ ୩୦ ଜଣ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଙ୍କ ନାମ ଶରଦ ପ୍ରସନ୍ନ ବଳ ଏବଂ ତାଙ୍କ ଘର ଖରିଆର ଅଞ୍ଚଳରେ ହୋଇଥିବା ନେଇ ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଏକ ଘରୋଇ ଯାତ୍ରୀବାହୀ ବସ(ଓଡି-୨୦-ସି-୯୮୭୭) ଭୁବନେଶ୍ୱରରୁ ନୂଆପଡ଼ା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୁରୁଣା କଟକ ଥାନା ଅନ୍ତର୍ଗତ ଥିଡିକା ନୁଲ୍ଲା ନିକଟରେ ଓଲଟି ପଡ଼ିଥିଲା। ବସରେ ୪୦ ଜଣ ଯାତ୍ରୀ ରହିଥିଲା ବେଳେ ରାତି ପ୍ରାୟ ୩ଟା ସମୟରେ ଏହି ଅଘଟଣ ଘଟିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ଖବର ପାଇ ଘଟଣାସ୍ଥଳରେ ପୋଲିସ, ଫାୟାର ବିଗ୍ରେଡ, ଏବଂ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା । ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିବାବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଗୁରୁତର ୩ଜଣଙ୍କୁ ବୀର ସୁରେନ୍ଦ୍ର ସାଏ ମେଡିକାଲ (ବୁର୍ଲା)କୁ ସ୍ଥାନାନ୍ତରିତ କରାଯାଇଥିବା ନେଇସୂଚନା ମିଳିଛି ।

ତେବେ ଚିକିତ୍ସିତ ହେଉଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୨ଜଣ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.