Latest Odisha News

ନଭେମ୍ବର ୨ ତାରିଖରୁ କଟକ ସହରରେ ସେରୋ ସର୍ଭେ

କଟକ: ଆସନ୍ତା ନଭେମ୍ବର ୨ ତାରିଖରୁ କଟକ ସହରରେ ଆରମ୍ଭ ହେବ ସେରୋଲୋଜିକାଲ୍ ସର୍ଭେ । କଟକ ମହାନଗର ନିଗମ ଓ ଆରଏମଆରସି ପକ୍ଷରୁ ମିଳିତ ସର୍ଭେ କରାଯିବ । ୨୫ଟି ଓ୍ୱାର୍ଡରେ ନଭେମ୍ୱର ୫ ତାରିଖ ଯାଏ ଏହି ଅଭିଯାନ ଚାଲିବ ।

ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ୨୫ଟି ଓ୍ୱାର୍ଡରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ କରାଯିବ । ଏଥିପାଇଁ ୫ଟି ଟିମ୍ ଗଠନ କରାଯାଇଛି । ନିୟୋଜିତ ରହିବେ ୧୫ ଜଣ ସେକ୍ଟର ଅଫିସର । ସେରୋ ସର୍ଭେ ନେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ଓ୍ୱାର୍ଡ ଅଫିସର ଓ ସାନିଟାରୀ ଇନିସପେକ୍ଟରଙ୍କୁ କୁହାଯାଇଛି ।

ପ୍ରତ୍ୟେକ ପରିବାରର ଜଣେ ବୟସ୍କ ବ୍ୟକ୍ତିଙ୍କଠାରୁ ନମୁନା ସଂଗ୍ରହ କରାଯିବ । ତାଙ୍କର ବୟସ ୧୮ ବର୍ଷରୁ ଅଧିକ ହୋଇଥିବ । ଗର୍ଭବତୀଙ୍କୁ ଏଥିରୁ ବାଦ ଦିଆଯିବ । କରୋନା ବିରୋଧରେ ଆଣ୍ଟିବଜଡି କେତେ ତିଆରି ହୋଇଛି ସେନେଇ ଗବେଷଣା କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ବାକି ଓ୍ୱାର୍ଡରେ କରାଯିବ ସେରୋ ସର୍ଭେ ।

ବର୍ତ୍ତମାନ ସୁଦ୍ଧା କଟକ ସହରରେ ୧୪ ହଜାରରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି । ୧୩ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.