Latest Odisha News

ଭାରତ-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ, ମ୍ୟାଚ ପୂର୍ବରୁ ବାଦ ପଡିଲେ ଏହି ୨ ଖେଳାଳି

ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସମୁଦାୟ ୪ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବାକୁ ଥିବାବେଳେ ଶୁକ୍ରବାର ପର୍ଥରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡ ଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଦମଦାର ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ବିଜୟ ଲାଭ କରିଥିଲା । କିନ୍ତୁ ୨ୟ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଓ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଆହତ ଜନିତ କାରଣରୁ ଦଳରୁ ବାଦ ଦିଆଯାଇଥିବା ବେଳେ ଏହି ଖବର କ୍ରିକେଟ ପ୍ରେମୀ ମାନଙ୍କ ପାଇଁ ନିରାଶଜନକ ।

ବିସିସିଆଇ ପକ୍ଷରୁ ଆଜି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପର୍ଥ ଟେଷ୍ଟ ପାଇଁ ୧୩ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଥିବା ନେଇ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ଓପନିଂଗ ବ୍ୟାଟ୍ସମ୍ୟାନ ପୃଥ୍ୱୀ ସ’ ଆଘାତ ଜନିତ କାରଣରୁ ପୂର୍ବରୁ ଦଳରୁ ବାଦ ପଡିଥିବା ବେଳେ ଏଯାବତ୍ ସେ ପୂରାପୂରି ଠିକ୍ ହୋଇନାହାନ୍ତି । ଏବେ ଦୁଇ ଜଣ ବଡ ଖେଳାଳୀଙ୍କ ଅନୁପସ୍ଥିତିରେ ଏହା ଟିମ୍ ଇଣ୍ଡିଆ ପାଇଁ ଏକ ବଡ ଝଟକା ହେବ ।

ପର୍ଥର ନୂଆ ଷ୍ଟାଡିୟମରେ ଏଯାଏଁ ମାତ୍ର ୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଥିବା ବେଳେ ଆସନ୍ତାକାଲି ଏଠାରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ । ଏଥିସହିତ ଏହି ନୂଆ ଷ୍ଟାଡିୟମ୍ ପେସ୍ ବୋଲରଙ୍କୁ ଖୁବ୍ ସୁହାଇବ ବୋଲି କ୍ରିକେଟ ପ୍ରେମୀ ତଥା ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି ।

ଭାରତୀୟ ଦଳ- ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ୍, ମୁରଲୀ ବିଜୟ, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ୍ (ୱିକେଟ୍‌ରକ୍ଷକ), ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଭୁବନେଶ୍ୱର କୁମାର, ଉମେଶ ଯାଦବ ଓ ଯଶ୍‌ପ୍ରୀତ୍ ବୁମ୍‌ରା।

Leave A Reply

Your email address will not be published.