Latest Odisha News

BREAKING NEWS

ରୋଗୀ ମୃତ୍ୟୁକୁ ନେଇ ରାଜଧାନୀରେ ଉତ୍ତେଜନା, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ଭୁବନେଶ୍ୱର: ରାଜଧାନୀର ଜୟଦେବ ବିହାର ଛକରେ ରହିଥିବା ଇଏସଆଇ ହସ୍ପିଟାଲରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି, ଏବଂ ଏହାର ପ୍ରତିବାଦ ସ୍ୱରୂପ ସ୍ଥାନୀୟ ବାସିନ୍ଦାମାନେ ରାସ୍ତା ଅବରୋଧ କରିଛନ୍ତି ।

ଚିକିତ୍ସା ଅବହେଳାରୁ ଏହି ମହିଳା ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରି ଜୟଦେବ ବିହାର ଅଞ୍ଚଳରେ ସ୍ଥାନୀୟ ବାସିନ୍ଦା ରାସ୍ତା ଅବରୋଧ କରିଛନ୍ତି ।

ମୃତକ ମହିଳା ରୋଗୀ ଜଣକ ହେଲେ ସ୍ଥାନୀୟ ସାଲିଆ ସାହିର ଅହଲ୍ୟା ଭଞ୍ଜ ଏବଂ ସେ ଆସଥମା ରୋଗର ଚିକିତ୍ସା ଲାଗି ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ରୋଗୀ ଜଣକଙ୍କର ଅବସ୍ଥା ଗୁରୁତର ହେବାରୁ ଡ଼ାକ୍ତରମାନେ ଅନ୍ୟ ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରୀତ କରିବାକୁ ପରାମର୍ଶ ଦେଇଥିଲେ । ତେବେ ଏହା ହସ୍ପିଟାଲ କମ୍ପ୍ୟୁଟରରେ ଯାନ୍ତ୍ରିକ ତୃଟି ଯୋଗୁଁ ପହଞ୍ଚିବାରେ ବିଳମ୍ବ ହୋଇଥିଲା ବୋଲି ତାଙ୍କ ସ୍ୱାମୀ କୀର୍ତ୍ତନ ଭଞ୍ଜ ଅଭିଯୋଗ କରିଛନ୍ତି ।

ଆଜି ସକାଳେ ଅହଲ୍ୟାଙ୍କର ମୃତ୍ୟୁ ଘଟିଥିଲା, ଏହାକୁ କେନ୍ଦ୍ରକରି ସ୍ଥାନୀୟ ସାଲିଆ ସାହିର କିଛି ବାସିନ୍ଦା ଡ଼ାକ୍ତରଖାନାକୁ ଆସି ଜୟଦେବ ବିହାର-ମେ ଫେୟାର ହୋଟେଲ ଛକ ନିକଟରେ ଶବ ରଖି ରାସ୍ତା ଅବରୋଧ କରିଥିଲେ ।

ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ତୁରନ୍ତ ସେହି ସ୍ଥାନକୁ ଆସି ବିକ୍ଷୋଭକାରୀଙ୍କ ସହିତ ଆଲୋଚନା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି ।

Leave A Reply

Your email address will not be published.