Latest Odisha News

BREAKING NEWS

ଭାରତକୁ ଦିପାବଳୀ ଉପହାର; ପାକିସ୍ତାନ ମ୍ୟାପରୁ POK କୁ ହଟାଇଲା ସାଉଦି ଆରବ

ଲଣ୍ଡନ: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ଏବଂ ଗିଲଗିଟ-ବଲୁଚିସ୍ତାନକୁ ପାକିସ୍ତାନର ମାନଚିତ୍ରରୁ ହଟାଇ ଦେଇଛି ସାଉଦି ଆରବ। “ସାଉଦି ଆରବ ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀର ଏବଂ ଗିଲଗିଟ-ବିଲୁଚିସ୍ତାନକୁ ପାକିସ୍ତାନର ମାନଚିତ୍ରରୁ ହଟାଇ ଦେଇଥିବା PoK କାର୍ଯ୍ୟକର୍ତ୍ତା ଅମଜାଦ ଆୟୁବ ମିର୍ଜା ଟ୍ୱିଟ୍ କରିଥିବା ନେଇ ଟାଇମ୍ସ ନାଓ.କମ୍ ରେ ରିପୋର୍ଟ ପ୍ରକାଶ।

ସେ ଏହି ଲେଖା ସହିତ ଏକ ଫୋଟୋ ଟୁଇଟ୍ କରି ଲେଖିଛନ୍ତି: “ସାଉଦି ଆରବର ଭାରତକୁ ଦିପାବଳୀ ଉପହାର – ଗିଲଗିଟ୍-ବାଲୁଚିସ୍ତାନ ଏବଂ କାଶ୍ମୀରକୁ ପାକିସ୍ତାନର ମାନଚିତ୍ରରୁ ହଟାଇ ଦେଇଛି।”

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚଳିତ ଥର ଜି-୨୦ ସମ୍ମିଳନୀ ସାଉଦୀ ଆରବ ରାଜଧାନୀ ରିୟାଦରେ ଅନୁଷ୍ଠିତ ହେବ। ନଭେମ୍ବର ୨୧ ଓ ୨୨ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମ୍ମିଳନୀ ପ୍ରଥମ ଥର ଭର୍ଚୁଆଲ ପଦ୍ଧତି ରେ ହେବ। ଏହାକୁ ସ୍ମରଣୀୟ କରିବା ଲାଗି ସରକାର ଏକ ୨୦ ମୂଲ୍ୟର ରିୟଲ ନୋଟ୍‌ ଜାରି କରିଥିବା ବେଳେ ଏହାର ଗୋଟିଏ ପାର୍ଶ୍ୱରେ ସାଉଦୀ କିଙ୍ଗଙ୍କର ଛବି ରଖିଥିବା ବେଳେ ଅପରପାର୍ଶ୍ୱରେ ଜି-୨୦ ଦେଶଙ୍କ ମାନଚିତ୍ର ରହିଛି। ଏହି ନୋଟ ଗତ ୨୫ ତାରିଖରୁ ଦେଶରେ ପ୍ରଚଳିତ ହେଲାଣି।

ସେପ୍ଟେମ୍ବରରେ ଗିଲଗିଟ-ବଲୁଚିସ୍ତାନ ବିଧାନସଭାକୁ ନଭେମ୍ବର ୧୫ ରେ ହେବାକୁ ଥିବା ନିର୍ବାଚନ ସମ୍ପର୍କିତ ଖବର ଉପରେ ଭାରତ ଦୃଢ଼ ଆପତ୍ତି ଉଠାଇଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟଦେଇଥିବା ସୁଚନା ଅନୁଯାୟୀ, ଭାରତ ସରକାର ପାକିସ୍ତାନ ସରକାରଙ୍କୁ ଏନେଇ ଦୃଢ଼ ବିରୋଧ ପ୍ରଦର୍ଶନ କରିବା ସହ ଜମ୍ମୁ-କଶ୍ମୀର ଏବଂ ଲଦାଖ ସମେତ ଗିଲଗିଟ-ବାଲୁଚିସ୍ତାନ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦୃଢୋକ୍ତି ପ୍ରକାଶ କରିଛି।

Leave A Reply

Your email address will not be published.