Latest Odisha News

BREAKING NEWS

ପ୍ଲେ-ଅଫ ଟିକେଟ ପାଇଁ ମୁମ୍ବାଇକୁ ୧୬୫ ରନ୍‌ର ଟାର୍ଗେଟ

ଅବୁଧାବି: ଜୋଶ ଫିଲିପ ଓ ଦେବଦତ୍ତ ପାଡିକ୍କଲଙ୍କ ବିସ୍ଫୋରକ ଆରମ୍ଭ ସତ୍ତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭର୍‌ରେ ୬ ୱିକେଟ ହରାଇ  ୧୬୪ ରନ୍ କରିବାକୁ ସକ୍ଷମ ହୋଇଛି । ଫଳରେ ମୁମ୍ବାଇକୁ ଏହି ମ୍ୟାଚ୍ ଜିତି ପ୍ଲେ-ଅଫ ଟିକେଟ ହାସଲ କରିବା ପାଇଁ ୧୬୫ ରନ୍‌ର ଟାର୍ଗେଟ ମିଳିଛି । ଫିଲିପ ୨୪ ବଲରେ ୩୩ ଓ ପାଡିକ୍କଲ ୪୫ ବଲରେ ୭୪ ରନ୍ କରିଥିଲେ । ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ୩ଟି ୱିକେଟ ନେଇଛନ୍ତି। ଟସ୍ ଜିତି ମୁମ୍ବାଇର ଅଧିନାୟକ କାଏରନ ପୋର୍ଲାଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ।

୬ ଓଭର୍‌ରେ ଆରସିବି କୌଣସି ୱିକେଟ ନ ହରାଇ ୫୪ ରନ୍ ସଂଗ୍ରହ କରିଥିଲା । ବିରାଟ କୋହଲି (୯), ଡିଭିଲିୟର୍ସ(୧୫)ଙ୍କ ୱିକେଟ ପୋଲାର୍ଡ ଦଖଲ କରି ବାଙ୍ଗାଲୋର ଶିବରରେ ନିରାଶା ଖେଳାଇ ଦେଇଥିଲେ । ଶେଷ ଭାଗରେ ଗୁରକୀରତ ମନ(୧୪) ଓ ୱାଶିଂଟନ ସୁନ୍ଦର(୧୦) ମିଳିତ ଭାବେ ଦଳୀୟ ସ୍କୋରକୁ ୧୬୦ ପାର କରାଇଥିଲେ ।

Leave A Reply

Your email address will not be published.