Latest Odisha News

ପିଆଜ ବିହନ ରପ୍ତାନି ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକ

ନୂଆଦିଲ୍ଲୀ: ପିଆଜ ମୂଲ୍ୟରେ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁବାର ଦିନ ପିଆଜ ବିହନ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏକ ସରକାରୀ ବିବୃତ୍ତି ଅନୁଯାୟୀ, ପିଆଜ ବିହନ ରପ୍ତାନି ଉପରେ ତୁରନ୍ତ ନିସିଦ୍ଧାଦେଶ ଜାରି କରାଯାଇଛି ।

କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଟୁଇଟ୍ କରି କହିଛନ୍ତି ଯେ, “ଗ୍ରାହକମାନଙ୍କ ପାଇଁ ଶସ୍ତା ମୂଲ୍ୟରେ ପିଆଜ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ମୋଦୀ ସରକାର ପିଆଜ ବିହନ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।”

Comments are closed.