Latest Odisha News

କୋଦଳା ତହସିଲ ଅଫିସରେ ନୂତନ ତହସିଲଦାରଙ୍କ ଯୋଗଦାନ

କୋଦଳା: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କୋଦଳା ତହସିଲରେ ନୂତନ ତହସିଲଦାର ଭାବେ ଅବନୀ କୁମାର ସାହୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

ଏହା ପୂର୍ବରୁ ଅବନୀ କୁମାର ସାହୁ ଗଞ୍ଜାମ ତହସିଲଦାର ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ।

ଗଞ୍ଜାମ ଭଳି ଅଞ୍ଚଳରେ ସଫଳତାର ସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିଥିବା ଅଭିଜ୍ଞତାକୁ କୋଦଳା ଅଂଚଳରେ ଉପଯୋଗ କରିବା ପାଇଁ ଶ୍ରୀ ସାହୁ ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି‌।

ସରକାରଙ୍କ ୫ଟି, ମୋ ସରକାର ଏବଂ ବିଭିନ୍ନ ରାଜସ୍ବ ସମ୍ବଧୀୟ ସେବାକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା, ଜମି ଜମା ସମ୍ବନ୍ଧୀୟ ସେବା ତୁରନ୍ତ ଯୋଗାଇଦେବା ସହ କୋଦଳା ତହସିଲର ସମସ୍ତ ଜନସାଧାରଣଙ୍କୁ ଶ୍ରୀ ସାହୁ ଶୁଭକାମନା ଜଣାଇଛନ୍ତି।

 

Leave A Reply

Your email address will not be published.