Latest Odisha News

BREAKING NEWS

ରାଜଧାନୀରେ ୫୮ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ଥଣ୍ଡାରେ ଥରୁଛି ରାଜଧାନୀ । ଶୀତ ଋତୁ ଆରମ୍ଭରୁ ହିଁ ହାଡ ଭଙ୍ଗ ଶୀତ ଅନୁଭୂତ ହେଲାଣି ରାଜଧାନୀ ଦିଲ୍ଲୀରେ । ସ୍ଥିତି ଏପରି ହୋଇଛି ଯେ, ଅକ୍ଟୋବର ମାସରୁ ହିଁ ଶୀତ ୫୮ ବର୍ଷର ରେକର୍ଡ ଭାଙ୍ଗିଛି । ୫୮ ବର୍ଷ ମଧ୍ୟରେ ଅକ୍ଟୋବର ମାସରେ କେବେବି ଦିଲ୍ଲୀରେ ଏତେ ଭୟଙ୍କର ଥଣ୍ଡା ଅନୁଭୂତ ହୋଇନଥିଲା ।

ଦିଲ୍ଲୀର ଥଣ୍ଡା ଚଳିତ ମାସରେ ରେକର୍ଡ ଭାଙ୍ଗିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ କହିଛି ଯେ ଅକ୍ଟୋବର ମାସରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୭.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଶେଷଥର ପାଇଁ ଏତେ କମ ତାପମାତ୍ରା ୧୯୬୨ରେ ରେକର୍ଡ ହୋଇଥିଲା। ସାଧାରଣତଃ ଅକ୍ଟୋବର ମାସରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୯.୧ ଡିଗ୍ରୀ ସେଲସିୟସ ରହିଥାଏ।

Comments are closed.