Latest Odisha News

BREAKING NEWS

କଙ୍ଗନା ଓ ରଙ୍ଗୋଲିଙ୍କୁ ମୁମ୍ବାଇ ପୋଲିସର ଡାକରା

ମୁମ୍ବାଇ: ବଲଉଡର କୁଇନ୍ କଙ୍ଗନା ରଣୌତଙ୍କୁ ପୁଣି ସମନ୍ । ତାଙ୍କୁ ଏବଂ ତାଙ୍କୁ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ମୁମ୍ବାଇ ପୋଳିସ ସମନ କରିଛି । ସୋସିଆଲ ମିଡିଆରେ କିଛି ଦିନ ତଳେ ବିବାଦୀୟ ବୟାନ ଦେବା ଘଟଣାରେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ପଚରାଉଚରା ପାଇଁ ୨ ଭଉଣୀଙ୍କୁ ସମନ ପଠାଇଛି ମୁମ୍ବାଇ ପୋଲିସ ।

ମୁମ୍ବାଇ ପୋଲିସ୍ ୨ଭଉଣୀଙ୍କୁ ନଭେମ୍ବର ୧୦ତାରିଖରେ ପଚରାଉଚୁରା ପାଇଁ ଡକାଇଛି। ଏହା ପୂର୍ବରୁ ମଧ୍ୟ ୨ଜଣଙ୍କୁ ନୋଟିସ୍ ପଠାଯାଇଥିଲା କିନ୍ତୁ କଙ୍ଗନା କହିଥିଲେ ଯେ ଘରେ ବିବାହ ହେବା କାରଣରୁ ସେ ଉପସ୍ଥିତ ହୋଇ ପାରିବେ ନାହିଁ। ଏବେ ଅଭିନେତ୍ରୀଙ୍କୁ ପଚରାଉଚୁରା ପାଇଁ ବାନ୍ଦ୍ରା ପୋଲିସ୍ ନୂଆ ତାରିଖ ପଠାଇଛି। ଆବେଦନରେ କଙ୍ଗନାଙ୍କ ବିରୋଧରେ ଧାର୍ମିକ ଭାବନାକୁ କୁଠାରଘାତ,କଳାକାରଙ୍କୁ ହିନ୍ଦୁ-ମୁସଲିମ୍ ମଧ୍ୟରେ ବାଣ୍ଟିବା ଏବଂ ସାମାଜିକ ଏକତା ଭଙ୍ଗ କରିବାର ଅଭିଯୋଗ ଲଗାଯାଇଛି।

Leave A Reply

Your email address will not be published.