Latest Odisha News

BREAKING NEWS

ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପାଇଁ ହିନ୍ଦୁ ସେନାର ସ୍ୱତନ୍ତ୍ର ପୂଜାର୍ଚ୍ଚନା !

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ଘୋଷଣା ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ । କିଏ ଜିତିବ, କିଏ ହାରିବ । ଏ ନେଇ ବିଭିନ୍ନ ଆକଳନ ଚାଲିଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥିତି ସନ୍ତୁଳିତ ରହିଛି । ତେବେ ନିର୍ବାଚନରେ ଯେପରି ତାଙ୍କର ବିଜୟ ହେଉ ସେ ନେଇ ଦିଲ୍ଲୀରେ ତାଙ୍କ ସମର୍ଥକ କରିଥିଲେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ ।

ହିିନ୍ଦୁ ସେନାର କର୍ମୀ ଓ ସମର୍ଥକମାନେ ଆଜି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ସ୍ୱତନ୍ତ୍ର ପୂଜାର ଆୟୋଜନ କରିଥିଲେ । ରାଷ୍ଟ୍ରପତି ନିର୍ବାଚନରେ ଯେପରି ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୁଅନ୍ତୁ ସେ ନେଇ ପୂର୍ବ ଦିଲ୍ଲୀର ଏକ ମନ୍ଦିରରେ ଦୀର୍ଘ ୩୦ମିନିଟ୍ ଧରି ଏହି ପୂଜା ଜାରି ରହିଥିଲା ।

ଏହି ସ୍ୱତନ୍ତ୍ର ପୂଜାର ପୂଜକଙ୍କ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ଉଗ୍ର ଇସଲାମିକ ଚିନ୍ତାଧାରାକୁ ବିରୋଧ କରିଆସିଛନ୍ତି । ଏହି କାରଣରୁ ହିନ୍ଦୁ ସେନା ତାଙ୍କୁ ସମର୍ଥନ କରୁଛି । ଅନ୍ୟପଟେ ହିନ୍ଦୁ ସେନା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟରେ ସମଗ୍ର ବିଶ୍ୱର ବିଜୟ । ପାକିସ୍ତାନ ଓ ଚାଇନା ବିରୋଧରେ ଭାରତକୁ ସଦାସର୍ବଦା ଆମେରିକା ସମର୍ଥନ ଦେଇଆସିଛି । ଏହି କାରଣରୁ ଡୋନାଲ୍ଡ ଟ୍ରମ୍ପ ସତ୍ତାରେ ରହିବା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ନ ଭୂମିକା ଗ୍ରହଣ କରିବ ।

ଦୁଇବର୍ଷ ପୂର୍ବେ ଡୋନାଲ୍ଡ ଟ୍ରମ୍ପଙ୍କ ଜନ୍ମଦିନରେ ହିନ୍ଦୁ ସେନା ଦିଲ୍ଲୀର ଜନ୍ତର ମନ୍ତରରେ ଉତ୍ସବ ପାଳନ କରିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ବି ହୋଇଥିଲା । ଠିକ୍ ସେହିପରି ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଅବସରରେ ଭାରତରେ ତାଙ୍କ ସମର୍ଥକମାନେ ତାଙ୍କ ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.